ETV Bharat / state

ହତାଦାର କଲେ ଦୁଇ ପୁଅ, ଥାନାର ଦ୍ବାରସ୍ଥ ବୃଦ୍ଧ ବାପା

ଅସହ୍ୟ ହେଲା ପୁଅଙ୍କ ଅକଥନୀୟ ଯନ୍ତ୍ରଣା । ଶେଷରେ ଦୁଇ ପୁଅଙ୍କ ବିରୋଧରେ ଥାନାରେ ଅଭିଯୋଗ ସହ କାର୍ଯ୍ୟାନୁଷ୍ଠାନ ଦାବି କଲେ ବୃଦ୍ଧ । ଅଧିକ ପଢନ୍ତୁ

author img

By

Published : Jun 29, 2022, 7:03 PM IST

ହତାଦାର କଲେ ଦୁଇ ପୁଅ, ଥାନାର ଦ୍ବାରସ୍ଥ ବୃଦ୍ଧ ବାପା
ହତାଦାର କଲେ ଦୁଇ ପୁଅ, ଥାନାର ଦ୍ବାରସ୍ଥ ବୃଦ୍ଧ ବାପା

ଜଗତସିଂହପୁର: ଅସହ୍ୟ ହେଲା ପୁଅଙ୍କ ଅକଥନୀୟ ଯନ୍ତ୍ରଣା । ଶେଷରେ ପୁଅ ବିରୋଧରେ ଥାନାରେ ହାଜର ହେଲେ ବୃଦ୍ଧ ବାପା-ମାଆ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରେ । ଜୀବନର ଶେଷ ସମୟରେ ଯେଉଁ ପିଲାମାନେ ଅନ୍ଧର ଲଉଡି ସାଜିବେ ବୋଲି ଆଶା କରିଥିଲେ ସେମାନେ ଶେଷରେ ଯନ୍ତ୍ରଣାର କାରଣ ସାଜିଛନ୍ତି ।

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବଡଙ୍ଗ ଗ୍ରାମର ବୃଦ୍ଧ ଦମ୍ପତି ଶରତ ତ୍ରିପାଠୀ ଓ ନିରୂପମା ଶତପଥୀ ଅନାହାରରେ 5 ଦିନ ରହିବା ପରେ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ଜଗତସିଂହପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜଣାପଡ଼ିଛି ଯେ, ନିରୂପମାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇ ଯାଇଛି । ଅଧିକ ଚିକିତ୍ସା ପାଇଁ ଡାକ୍ତର କଟକ ଯିବାକୁ ପରାମର୍ଶ ଦେଇଛନ୍ତି ।

ପୁଅମାନେ ନ ବୁଝିବାରୁ ଶେଷରେ ବାପା ଶରତ ଶତପଥୀ କୁଜଙ୍ଗ ଥାନାରେ ଦୁଇ ପୁଅଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ଶରତ ଅଭିଯୋଗ କରିଛନ୍ତି ଯେ, ଦୁଇ ପୁଅ ଓ ବୋହୂ ବାପର ସମ୍ପତ୍ତି ଭାଗ କରି ନେଇଯିବା ପରେ ବାପା-ମାଆଙ୍କୁ ପଚାରୁ ନାହାନ୍ତି । ଦୁଇ ପୁଅଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଶରତ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.