ଜଗତସିଂହପୁର: ବୁଧବାର ପ୍ରକାଶ ପାଇଛି ସର୍ବଭାରତୀୟ OJEE ପରୀକ୍ଷା ଫଳ । ଏହି ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଛନ୍ତି ଜଗତସିଂହପୁର ଜିଲ୍ଲାର ଶାଶ୍ବତୀ ମହାନ୍ତି । ଯାହାକୁ ନେଇ ତାଙ୍କ ଗ୍ରାମ କାଦୁଅପଡ଼ାରେ ଖେଳିଯାଇଛି ଖୁସିର ଲହରୀ ।
ଜଗତସିଂହପୁରର ସଦର ବ୍ଲକ ଅନ୍ତର୍ଗତ କାଦୁଅପଡା ଗ୍ରାମରେ ଜନ୍ମିତ ଶାଶ୍ବତୀଙ୍କ ସଫଳତା ପାଇଁ ତାଙ୍କୁ ବିଭିନ୍ନ ଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଅକ୍ଲାନ୍ତ ପରିଶ୍ରମ ଓ ଦୃଢ ମନୋବଳ ତାଙ୍କୁ ସଫଳତା ଆଣିଦେଇ ଥିବା ସେ ପ୍ରକାଶ କରିଛନ୍ତି ।
ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଥିବା ଶାଶ୍ବତୀ ଅନେକ ଉତଥାନପତନ ମଧ୍ୟରେ ପାଇଛନ୍ତି ରାଜ୍ୟର ସର୍ବୋଚ୍ଚ ସଫଳତା । ଆଗାମୀ ଦିନରେ ଅଧ୍ୟାପିକା ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ଶାଶ୍ବତୀ । ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଶାଶ୍ବତୀଙ୍କ ସଫଳତାକୁ ନେଇ ଶୁଭେଛା ଜଣାଇଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ