ETV Bharat / state

ରୁଚିକାଙ୍କୁ ନ୍ୟାୟ ଦାବି, ତହସିଲଦାରଙ୍କ ଗାଡି ଆଗରେ ଶୋଇଲେ ଆନ୍ଦୋଳନକାରୀ - ଜଗତସିଂହପୁରରେ ଓଡିଶା ବନ୍ଦ

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ଜଗତସିଂହପୁରରେ ବନ୍ଦ ପାଳନ । ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ ହୋଇଛି । ଅଧିକ ପଢନ୍ତୁ

ଓଡ଼ିଶା ବନ୍ଦ ପ୍ରଭାବ, ତହସିଲଦାରଙ୍କ ଗାଡି ଆଗରେ ଶୋଇଲେ ଆନ୍ଦୋଳନକାରୀ

author img

By

Published : Jul 19, 2022, 1:46 PM IST

ଜଗତସିଂହପୁର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ଆଜି ବନ୍ଦ ପାଳୁଛି ଓଡିଶା । ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ ହୋଇଛି । ଜଗତସିଂହପୁର ଜିଲ୍ଲାରେ ମଧ୍ୟରେ ରୁଚିକାଙ୍କୁ ନ୍ୟାୟ ପ୍ରଦାନ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ । ଜିଲ୍ଲାରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସ୍ଥାନୀୟ ଡାକ ବଙ୍ଗଳା ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ ସହିତ ରାସ୍ତା ଅବରୋଧ କରାଯାଇଛି।

ଓଡ଼ିଶା ବନ୍ଦ ପ୍ରଭାବ, ତହସିଲଦାରଙ୍କ ଗାଡି ଆଗରେ ଶୋଇଲେ ଆନ୍ଦୋଳନକାରୀ

ରାଜ୍ୟରେ ନାରୀ ନିର୍ଯ୍ୟାତନା ବଢି ବଢି ଚାଲିଛି, କୃଷକ ମାନଙ୍କୁ ଅବହେଳା ବଢିଛି । ରୁଚିକା ମହାନ୍ତି ଭଳି ଜଣେ ମେଧାବୀ ଛାତ୍ରୀକୁ ନ୍ୟାୟ ଦେବାରେ ସରକାର ବିଫଳ ହୋଇଛନ୍ତି । ସରକାର ତୁରନ୍ତ ରୁଚିକାଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି କହିଛନ୍ତି ବିକ୍ଷୋଭକାରୀ । ଆନ୍ଦୋଳନକାରୀ ପିକେଟିଂ କରିବା ସହିତ ସେହି ରାସ୍ତା ଦେଇ ଯାଉଥିବା ତହସିଲଦାରଙ୍କୁ ଅଟକାଇ ଫେରି ଯିବାକୁ କହିଥିଲେ । ଯାହାକୁ ନେଇ ଆନ୍ଦୋଳନକାରୀମାନେ ରାସ୍ତା ଉପରେ ଶୋଇ ରହିଥିବା ଦେଖିବାକୁ ମିଳିଥିଲା । ଫଳରେ ବାଧ୍ୟ ହୋଇ ତହସିଲଦାର ସେଠାରୁ ଫେରି ଯାଇଥିଲେ ।

ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ବୁଲି ଦୋକାନ ବଜାର ବନ୍ଦ କରିବା ସହ ରାସ୍ତା ଅବରୋଧ କରି ରଖିଥିବା ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଛି । ଛାତ୍ରୀ ରୁଚିକାଙ୍କ ମୃତ୍ୟୁକୁ 16 ଦିନ ବିତିଲାଣି ହେଲେ ପୋଲିସ ହାତ ଖାଲି । ଘଟଣାର ତଦନ୍ତ ପ୍ରକ୍ରିୟାରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.