ETV Bharat / state

ବେଙ୍ଗାଲୁରୁରେ ଓଡିଆ ନାବାଳିକାଙ୍କୁ ନିର୍ମମ ହତ୍ୟା ! ନିର୍ଯାତନା ଦେଉଥିଲା ସାବତ ବାପା

author img

By ETV Bharat Odisha Team

Published : Jan 14, 2024, 9:00 PM IST

Odia Minor Girl Murdered : ବେଙ୍ଗାଲୁରୁରେ ଓଡିଆ ନାବାଳିକାଙ୍କୁ ନିର୍ମମ ହତ୍ୟା ଅଭିଯୋଗ । ତିନିଜଣ ସନ୍ଦିଗ୍ଧକୁ ରାଜନାକୁଣ୍ଟ ଥାନା ପୋଲିସର ପଚରାଉଚରା । ଅଧିକ ପଢନ୍ତୁ

ବେଙ୍ଗାଲୁରୁରେ ଓଡିଆ ନାବାଳିକାଙ୍କୁ ନିର୍ମମ ହତ୍ୟା

ଜଗତସିଂହପୁର: ବେଙ୍ଗାଲୁରୁରେ ଓଡିଆ ନାବାଳିକାଙ୍କୁ ନିର୍ମମ ହତ୍ୟା । ଉକ୍ତ ମୃତ ନାବାଳିକାଙ୍କ ନାଁ ଶୁଭସ୍ମିତା ଓରଫ ଖୁସି ଥିବା ବେଳେ ଜଗତସିଂହପୁର ପୌରାଞ୍ଚଳ ଅନ୍ତର୍ଗତ ବଡବାଗ ଗ୍ରାମରେ ତାଙ୍କର ଘର । ଗତ ଶନିବାର ଦିନ ସକାଳେ ତାଙ୍କର ମୃତଦେହ ରାସ୍ତାକଡ଼ରୁ ଠାବ ହେବା ପରେ ବେଙ୍ଗାଲୁରୁର ରାଜନାକୁଣ୍ଟ ଥାନା ପୋଲିସ ତନାଘନା ଆରମ୍ଭ କରିଛି । ଏହି ଘଟଣାରେ ତିନିଜଣ ସନ୍ଦିଗ୍ଧଙ୍କୁ ପୋଲିସ ଥାନାକୁ ଆଣି ପଚାରଉଚରା କରୁଥିବା ଜଣାପଡ଼ିଛି ।

ମୃତ ନାବାଳିକା ଖୁସିଙ୍କ ପିତାଙ୍କ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ପରେ ମାଆ ସସ୍ମିତା ବେହେରା ଓ ଭାଇ ସହ ସେ ବଡ଼ବାଗରେ ଅଜାଙ୍କ ଘରେ ରହୁଥିଲେ । ସେଠାରେ ଖୁସି ଓ ତାଙ୍କ ଭାଇ ରହି ପାଠ ପଢିଥିଲେ । ପରେ ଭଦ୍ରକର ଏକ ଯୁବକ ସହିତ ସସ୍ମିତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଫଳରେ ଭଦ୍ରକରୁ ପ୍ରେମିକ ଆସି ପୂର୍ବରୁ ବିଧବା ଥିବା ସସ୍ମିତା ସହ ଏକାଠି ଗୋଟେ ଘରେ ରହିଥିଲା । ଏହାକୁ ଗ୍ରାମବାସୀମାନେ ତୀବ୍ର ବିରୋଧ କରିବା ପରେ ସସ୍ମିତାଙ୍କ ବାପା ଜଗତସିଂହପୁର ସବ ରେଜିଷ୍ଟ୍ରରଙ୍କ ନିକଟରେ ଉଭୟଙ୍କ ବିବାହ କରାଇଥିଲେ ।

ଏହା ମଧ୍ୟ ପଢନ୍ତୁ... ଖଳାରୁ ମିଳିଲା ଶିଶୁର କଟାମୁଣ୍ଡ, ବଳି ସନ୍ଦେହ

ତେବେ ପୂର୍ବରୁ ସସ୍ମିତାଙ୍କ ଝିଅକୁ ପ୍ରେମିକ ଜଣଙ୍କ ବିଭିନ୍ନ ସମୟରେ ମାଡ଼ ମାରିବା ସହ ନିର୍ଯାତନା ଦେଉଥିଲା ବୋଲି ସସ୍ମିତାଙ୍କ ବାପା କହିଛନ୍ତି । ଗତ 6ମାସ ତଳେ ସସ୍ମିତା ତାଙ୍କ ଦ୍ବିତୀୟ ସ୍ବାମୀଙ୍କ ସହ ପୁଅ ଓ ଝିଅଙ୍କୁ ନେଇ ବେଙ୍ଗାଲୁରୁର ଏଲଙ୍ଗାକୁ ଯାଇ ସେଠାରେ ଶ୍ରମଜୀବୀ ଭାବରେ କାର୍ଯ୍ୟ କରୁଥିଲେ । ଗତ ଶୁକ୍ରବାର ରାତିରେ ସସ୍ମିତାଙ୍କ ପରିବାର ସମସ୍ତ ଖାଇ ପିଇ ଶୋଇଥିଲେ । ସସ୍ମିତା ସକାଳୁ ଝିଅ ଖୁସି ଘରେ ନଥିବା ଦେଖିବାକୁ ପାଇଥିଲେ । ଆଖପାଖରେ ଖୋଜିବା ସମୟରେ ରାସ୍ତାକଡ଼ରେ ଖୁସିର ମୃତଦେହ ରାସ୍ତା କଡରେ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ ।

ଦେହରେ ଆଞ୍ଚୁଡା ଦାଗ ରହିଥିବା ବେଳେ ମୁଣ୍ଡ ଫାଟିବା ସହିତ ଜିଭ ପଦାକୁ ବାହାରିଥିଲା । ସ୍ଥାନୀୟ ରାଜନାକୁଣ୍ଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ କରି ନାବାଳିକାର ମୃତଦେହକୁ ମାଆ ସସ୍ମିତାଙ୍କୁ ହସ୍ତାନ୍ତର କରିଛି । ବିଳମ୍ବିତ ରାତ୍ରିରେ ନାବାଳିକା ଖୁସିକୁ ଶୋଇବା ଘରୁ ଟେକି ଆଣି ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥାଇପାରେ ବୋଲି ବେଙ୍ଗାଲୁରୁ ରାଜନାକୁଣ୍ଟ ପୋଲିସ ସନ୍ଦେହ କରୁଛି । ଆଜି ନାବାଳିକାଙ୍କ ମୃତ୍ୟୁ ଖବର ଆସିବା ପରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.