ଜଗତସିଂହପୁର: 3 ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଜେଲ ଗଲା ନର୍ସ ନିହାରୀକା ହତ୍ୟାକାଣ୍ଡର ଅଭିଯୁକ୍ତ କିଶୋର ଅଞ୍ଚଳ ଓରଫ ରାଜା । ବିଚାର ବିଭାଗୀୟ ହାଜତକୁ ତାକୁ ପଠାଇ ଦିଆଯାଇଛି ।
ପ୍ରକାଶ ଯେ, ଗତ 20 ତାରିଖରେ ବିରିଡି ଥାନାରେ ଆତ୍ମସମପର୍ପଣ କରିଥିଲା ଅଭିଯୁକ୍ତ ରାଜା । ପରେ 21 ତାରିଖରେ କୋର୍ଟରେ ହାଜର ପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ରାଜାକୁ 5 ଦିନିଆ ରିମାଣ୍ଡରେ ନେବାକୁ ଏସଡିଜେଏମ କୋର୍ଟରେ ପୋଲିସ ଆବେଦନ କରିଥିଲା । କୋର୍ଟ 3 ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ । ତେବେ ବୁଧବାର ରିମାଣ୍ଡ ଅବଧି ଶେଷ ହେଉଥିବାରୁ ତାକୁ ପୁଣି ଥରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ