ETV Bharat / state

ସୁନାମୀ ମୁକାବିଲା ପାଇଁ ତୟାର ଗଡବିସନପୁରର ନୋଳିଆ ସାହି

author img

By

Published : Aug 8, 2020, 9:57 PM IST

ଜଗତସିଂହପୁର ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସମଗ୍ର ବିଶ୍ବରେ ଉଦାହରଣ ସୃଷ୍ଟି କରିଛି । ଏହାସହ ପାଣିପାଗ ଓ ଆଗୁଆ ସୁନାମୀ ସୂଚନା ପାଇଁ ରାଡର ବ୍ୟବସ୍ଥା ହୋଇଥିଲା । ଗତ ବର୍ଷ ଜିଲା ପ୍ରଶାସନ ପକ୍ଷରୁ ଗଡ଼ ହରିଷ ପୁରର ନୋଳିଆସାହି ଠାରେ ଏକ ମକ ଡ୍ରିଲ ଅନୁଷ୍ଠିତ ହୋଇଥିଲା । ଏମାନଙ୍କ ସୁପାରିଶରେ ୟୁନେସ୍କୋ ଓଡ଼ିଶାର ଦୁଇଟି ଜିଲ୍ଲାରୁ ଜଗତସିଂହପୁର କୁ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି ।ଅଧିକ ପଢନ୍ତୁ...

ସୁନାମୀ ମୁକାବିଲା ପାଇଁ ସତର୍କତା
ସୁନାମୀ ମୁକାବିଲା ପାଇଁ ସତର୍କତା

ଜଗତସିଂହପୁର: ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସମଗ୍ର ବିଶ୍ବରେ ଉଦାହରଣ ସୃଷ୍ଟି କରିଛି । ଜଗତସିଂହପୁର ଜିଲ୍ଲାର ସୁନାମୀ ପ୍ରବଣ ସମୁଦ୍ର ତଟବର୍ତ୍ତି ଅଞ୍ଚଳ ଭାବେ ଜଣାଶୁଣା ଏରସମା ବ୍ଲକର ନୂଆଗାଁ, ଢ଼ିଙ୍କିଆ, ଗଡ଼ବିସନପୁର ଆଦି 25 ଟି ପଞ୍ଚାୟତକୁ ସୁନାମୀ ପ୍ରବଣ ଗ୍ରାମ ଭାବେ 2014 ରେ ଚିହ୍ନଟ କରାଯାଇଥିଲା । ସରକାର ପ୍ରଥମେ ଏହି ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରିବା ସହିତ ପାଣିପାଗ ଓ ଆଗୁଆ ସୁନାମୀର ସୂଚନା ପାଇଁ ରେଡିୟସର ବ୍ୟବସ୍ଥା କରିଥିଲେ ।

ସୁନାମୀ ମୁକାବିଲା ପାଇଁ ସତର୍କତା

ଜିଲ୍ଲା ପ୍ରଶାସନ ଏହି ସୁନାମୀ ପ୍ରବଣ ଗ୍ରାମର ଲୋକଙ୍କୁ ,ସୁନାମୀ ମୁକାବିଲା ଦିଗରେ ତାଲିମ ଦେବା ପାଇଁ 2015 ରେ ବ୍ୟବସ୍ଥା କରାଯାଇଥିଲା । ଗତ 2019 ମସିହା ଡିସେମ୍ବର 19 ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଡହରିଷପୁରର ନୋଳିଆସାହି ଠାରେ ଏକ ମକ ଡ୍ରିଲ ଅନୁଷ୍ଠିତ ହୋଇଥିଲା । ଏଥିରେ ୟୁନେସ୍କୋ, ଭାରତ ମହାସାଗାରୀୟ ସୁନାମୀ ପରିଚାଳନା କମିଟି, ଏନଡିଆରଏଫ, ଓସଡ଼ମା (ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ)ର ପ୍ରତିନିଧି ଦଳ ସାମିଲ ହୋଇଥିଲେ । ସେଥିରେ ଜଗତସିଂହପୁର ଜିଲ୍ଲା ସୁନାମୀ ସତର୍କତା ବ୍ୟବସ୍ଥାରେ ପ୍ରଥମ ହୋଇଥିଲା । ଇଣ୍ଡିଆନ ନ୍ୟାସନାଲ ସେଣ୍ଟର ଫର ଓସନ ଇନଫରମେଶନ ସର୍ଭିସ, ଭାରତ ସରକାରଙ୍କ ଭୂବିଜ୍ଞାନ ମନ୍ତ୍ରଣାଳୟ, ଜାତୀୟ ବିପର୍ଯ୍ୟୟ ପରିଚାଳନା ବିଭାଗ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ଓ ଅଣ୍ଡମାନ ନିକୋବର ର ବିବିଏମ ସୁନାମୀ ମୁକାବିଲା ବ୍ୟବସ୍ଥାକୁ ଅନୁଧ୍ୟାନ କରି ଏମାନଙ୍କ ସୁପାରିଶରେ ୟୁନେସ୍କୋ ଓଡ଼ିଶାର ଦୁଇଟି ଜିଲ୍ଲାରୁ ଜଗତସିଂହପୁରକୁ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି ।

ଜଗତସିଂହପୁର ଜିଲ୍ଲାରେ ପ୍ରାୟ 40 କିଲୋମିଟର ସମୁଦ୍ର ତଟବର୍ତୀ ଅଞ୍ଚଳ ଏବେ ସମୁଦ୍ରରେ ବିଲୀନ ହେବାକୁ ବସିଲାଣି । ଜଳବାୟୁ ପରିବର୍ତ୍ତନ ଝାଉଁ ଜଙ୍ଗଲ ନଷ୍ଟ ଓ ସମୁଦ୍ରର ଜଳ ପତନ ବୃଦ୍ଧି ,ଜନ ବସତି ଆଡକୁ ସମୁଦ୍ର ମାଡି ଆସିବାର ମୁଖ୍ୟ କାରଣ ପାଲଟିଛି । ଏଭଳି ଏକ ଘୋର ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ସରକାର କି ଭଳି ପଦକ୍ଷେପ ନେଉଛନ୍ତ ଦେଖିବାକୁ ବାକି ରହିଲା । ତେବେ ସୁନାମୀ ମୁକାବିଲା ପାଇଁ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ ବିଭାଗ ଓ ଜିଲ୍ଲା ପ୍ରଶାସନ କେତେ ପ୍ରସ୍ତୁତ ରହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.