ଜଗତସିଂହପୁର: ପାରାଦ୍ବୀପ ଟ୍ରେଡ୍ ସେଣ୍ଟରଠାରେ କୋଭିଡ କେୟାର କେନ୍ଦ୍ର ଉଦ୍ଘାଟିତ ହୋଇଛି । ଏହି ଅବସରରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ପାରାଦ୍ବୀପ ବନ୍ଦର ଅଧ୍ୟକ୍ଷ ଲିଙ୍କେସ୍ ରାୟ ମିଳିତ ଭାବେ ଉଦ୍ଘାଟନ କରିଛନ୍ତି । ଏହି କେନ୍ଦ୍ରରେ ବିନା ଲକ୍ଷଣ ଓ ସ୍ବଳ୍ପ ଲକ୍ଷଣ ଥିବା କୋରୋନା ପଜିଟିଭ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯିବ ।
ପାରାଦ୍ବୀପ ବନ୍ଦର ଦ୍ବାରା ପ୍ରସ୍ତୁତ ଏହି କୋଭିଡ କେୟାରରେ 200 ଶଯ୍ୟା ବିଶିଷ୍ଟ କେନ୍ଦ୍ର ମାତ୍ର 15 ଦିନରେ ପ୍ରସ୍ତୁତ କରାଯାଇଛି । ଯାହାକୁ ନେଇ ପାରାଦ୍ବୀପ ବନ୍ଦରକୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାବାସୀ । ସେହିପରି ଜଗତସିଂହପୁରରେ ଖୁବ୍ ଶୀଘ୍ର ସାରଳାଦେବୀ କଲ୍ୟାଣ ମଣ୍ଡପ, ଆଶ୍ରାସ୍କଲ ଓ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟରେ କୋଭିଡ କେୟାର କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ