ETV Bharat / state

ନାଉଗାଁ ଏସଆଇ ନିଲମ୍ବିତ - ସବ ଇନସପେକ୍ଟର ବିବେକାନନ୍ଦ ସାହୁ

ନିଲମ୍ବିତ ହେଲେ ନାଉଗାଁ ଥାନା ଏସଆଇ । ବିଶୃଙ୍ଖଳିତ ଆଚରଣ ଯୋଗୁଁ ତାଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯାଇଛି । ଅଧିକ ପଢନ୍ତୁ..

ନାଉଗାଁ ଏସଆଇ ନିଲମ୍ବିତ
ନାଉଗାଁ ଏସଆଇ ନିଲମ୍ବିତ
author img

By

Published : Oct 21, 2020, 5:39 PM IST

ଜଗତସିଂହପୁର: ନାଉଗାଁ ଥାନାରେ କାର୍ଯ୍ୟରତ ସବ ଇନସପେକ୍ଟର ବିବେକାନନ୍ଦ ସାହୁ ନିଲମ୍ବିତ ହୋଇଛନ୍ତି । ଡ୍ୟୁଟି ସମୟରେ ଏସଆଇଙ୍କ ବିଶୃଙ୍ଖଳିତ ଆଚରଣ ଯୋଗୁଁ ବୁଧବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ।

ବିବେକାନନ୍ଦ ନାଉଗାଁ ଥାନାରେ ନିୟୋଜିତ ଥିବା ସମୟରେ ବାରମ୍ବାର ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଥିଲେ । ଏପରିକି ବିନା କାରଣରେ ଲୋକଙ୍କୁ ମାଡ ମାରିବା, ପୋଲିସ ନାମରେ ଲୋକଙ୍କୁ ଭୟଭୀତ କରିବା ନିଜ ସହକର୍ମୀଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନ ଆଦି ଅଭିଯୋଗ ଆସିଥିଲା।

ଏ ନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ବେଳେ ଆଜି ରିପୋର୍ଟ ଆସିବା ପରେ ଏସପି ପ୍ରକାଶ ରଙ୍ଗରାଜ ତାଙ୍କୁ ନିଲମ୍ବିତ କରିଛନ୍ତି । ତେବେ ଏସଆଇ ବିବେକାନନ୍ଦ ସାହୁଙ୍କ ପ୍ରତିକ୍ରିୟା ଏ ନେଇ ମିଳିପାରି ନାହିଁ ।

ଜଗତସିଂହପୁର ରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.