ETV Bharat / state

ଜଗତସିଂହପୁରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ

author img

By

Published : Nov 27, 2020, 7:18 PM IST

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହେଉଛି। ଅଧିକ ପଢନ୍ତୁ:

ଦୁର୍ଲଭ ନାଗାର୍ଜୁନ ବେଶ
ଦୁର୍ଲଭ ନାଗାର୍ଜୁନ ବେଶ

ଜଗତସିଂହପୁର: ଆଜି(ଶୁକ୍ରବାର) ଚତୁର୍ଦ୍ଧା ମୂର୍ତ୍ତିଙ୍କ ବହୁପ୍ରତିକ୍ଷିତ ତଥା ବହୁ ଦୁର୍ଲଭ ନାଗାର୍ଜୁନ ବେଶ । ଏନେଇ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହେଉଛି। ସୁଭଦ୍ରାଙ୍କ କ୍ଷେତ୍ରଗଡ କୁଜଙ୍ଗ ସ୍ଥିତ କୁଞ୍ଜବିହାରୀ ମନ୍ଦିରରେ ମଙ୍ଗଳ ଆଳତୀ ପରେ ମଇଲମ, ସ୍ନାନ, ଗୋପାଳବଲ୍ଳଭ ଭୋଗ ପରେ ଶ୍ରୀଜୀଉଙ୍କୁ ନାଗାର୍ଜୁନ ବେଶରେ ସଜିତ କରାଯାଇଥିଲା।

ଦୁର୍ଲଭ ନାଗାର୍ଜୁନ ବେଶ
ଦୁର୍ଲଭ ନାଗାର୍ଜୁନ ବେଶ

ସେହିପରି ସିଦଳ ସ୍ଥିତ ବଳଦେବଜୀଉ ମନ୍ଦିର, ଧ୍ୟାନକୁଦ ସ୍ଥିତ ଜଗନ୍ନାଥ ମନ୍ଦିରରେ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହୋଇଛି। କୋରୋନା କଟକଣାକୁ ଯୋଗୁଁ କେବଳ ମନ୍ଦିର ପୂଜକଙ୍କୁ ନେଇ ଏହି ବେଶ କରାଯାଇଛି। ସର୍ବସାଧାରଣ ଦର୍ଶନକୁ ମନ୍ଦିର ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି।

ସମସ୍ତ ମନ୍ଦିରର ମୁଖ୍ୟ ଦ୍ବାର ବନ୍ଦ ରଖାଯାଇ ମନ୍ଦିର ଭିତରେ ନୀତିକାନ୍ତ ଆୟୋଜନ କରାଯାଇଛି। ଯେପରି କେହି ବାହାର ଲୋକ ମନ୍ଦିର ମଧ୍ୟକୁ ପ୍ରବେଶ କରି ନପାରିବେ ସେଥିଲାଗି ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.