ETV Bharat / state

ବିଭତ୍ସ ହତ୍ୟାକାଣ୍ଡ; ପାଣି ଦେବାରେ ବିଳମ୍ବ, ମା’କୁ କଟୁରୀରେ ହାଣିଲା ପୁଅ

author img

By

Published : May 23, 2023, 8:58 PM IST

ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଉପକଣ୍ଠ ଭୂତ ମୁଣ୍ଡେଇ ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ । ପାଣି ଦେବାରେ ବିଳମ୍ବ ହେବାରୁ ମାଆକୁ କଟୁରୀରେ ହାଣି ହତ୍ୟା କଲା ପୁଅ । ଅଧିକ ପଢ଼ନ୍ତୁ

son kills mother in jagatsinghpur
ମାଆକୁ କଟୁରୀରେ ହାଣି ମାରିଦେଲା ପୁଅ
ମାଆକୁ କଟୁରୀରେ ହାଣି ମାରିଦେଲା ପୁଅ

ଜଗତସିଂହପୁର: ସମ୍ପର୍କରେ ଲାଗିଲା ଛିଟା । ଦଶମାସ ଦଶଦିନ ଯନ୍ତ୍ରଣା ସହି ଜନ୍ମ ଦେଇଥିବା ମାଆକୁ ଧାରୁଆ କଟୁରୀରେ ହାଣି ହତ୍ୟାକଲା ନୃସଂଶ ପୁଅ । ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଉପକଣ୍ଠ ଭୂତ ମୁଣ୍ଡେଇ ଗ୍ରାମ ବେହେରା ସାହିରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି ଭୂତ ମୁଣ୍ଡେଇ ଗ୍ରାମର ସୁଲୋଚନା ଦେଇ ।

ସୂଚନା ଅନୁଯାୟୀ, ସୁଲୋଚନା ଦେଇ ସ୍ଥାନୀୟ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ଗତ ସୋମବାର ତାଙ୍କ ଘରେ ଶ୍ରାଦ୍ଧ ଥିବାରୁ ସମ୍ପର୍କୀୟ ଓ ସାହି ଭାଇଙ୍କୁ ନିମନ୍ତ୍ରଣ କରି ଭୋଜିର ଆୟୋଜନ କରିଥିଲେ । ଶ୍ରାଦ୍ଧ ସରିବା ପରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଅତିଥିମାନେ ଆସି ଭୋଜି ଖାଇଥିଲେ। ଆଜି ସକାଳୁ କିଛି ସମ୍ପର୍କୀୟ ଘରେ ଥିବାବେଳେ ସୁଲୋଚନାଙ୍କ ସାନପୁଅ ଅଂଶୁମାନ ତାଙ୍କୁ ପାଣି ମାଗିଥିଲା। ସୁଲୋଚନା ଘରର ବାରଣ୍ଡାରେ ମୁଣ୍ଡ କୁଣ୍ଡଉଥିବା ହେତୁ ପୁଅକୁ ପାଣି ଦେବାରେ ବିଳମ୍ବ ହୋଇଥିଲା । ଏହି କାରଣରୁ ପୁଅ ଅଂଶୁମାନ ରାଗିଯାଇ ପାଟିତୁଣ୍ଡ କରିଥିଲା । ଏହା ଦେଖି ସମ୍ପକୀୟ ଲୋକେ ଅଂଶୁମାନକୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ସୁଲୋଚନା ପାଣିନେଇ ଆସିବା ସମୟରେ ଅଂଶୁମାନ ଘରେ ଥିବା ଏକ ଧାରୁଆ କଟୁରୀରେ ତାଙ୍କ ବେକକୁ ହାଣିବାରେ ଲାଗିଥିଲା । ଜୀବନ ବିକଳରେ ସେ ଘରୁ ବାହାରକୁ ଦୌଡ଼ି ପଳେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଯାଇ ନପାରି ଦାଣ୍ଡରେ ପଡି ଯାଇଥିଲେ। ତେବେ ଏତିକିରେ ସରିନଥିଲା ପୁଅର ନୃଶଂସତା । ଦାନବ ରୂପୀ ଅଂଶୁମାନ ବାରମ୍ବାର ମାଆକୁ ହାଣିବାକୁ ଲାଗିଥିଲା । ଫଳରେ ଘଟଣାସ୍ଥଳରେ ହିଁ ସୁଲୋଚନାଙ୍କ ମୃତ୍ୟୁ ଘଟିଥିଲା ।

ଏହି ଘଟଣା ପରେ ଅଭିଯୁକ୍ତ ପୁଅ ଖସି ପଳାଇବାକୁ ଚେଷ୍ଟା କରିବାରୁ ଗ୍ରାମର ଏକାଧିକ ଯୁବକ ତାକୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଏଭଳି ଏକ ବିଭତ୍ସ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସୁଲୋଚନାଙ୍କ ସ୍ବାମୀ ଆର ପାରିକୁ ଚାଲି ଯାଇଥିବା ବେଳେ ତାଙ୍କର ଦୁଇ ପୁଅକୁ ସେ ଶିକ୍ଷକତା କରି ଭରଣ ପୋଷଣ କରି ଆସୁଥିଲେ। ବଡ଼ପୁଅ ବାହାରେ ଏକ କମ୍ପାନୀରେ ଚାକିରୀ କରୁଛନ୍ତି ଏବଂ ଅଭିଯୁକ୍ତ ସାନପୁଅ ଘରେ ରହୁଥିଲା। ସୁଲୋଚନା ଶାରୀରିକ ଅନଗ୍ରସର ହୋଇଥିବାରୁ ଅଂଶୁମାନ ତାଙ୍କୁ ବିଦ୍ୟାଳୟକୁ ନବା ଆଣିବା କରିଥାଏ । ତେବେ ଅଭିଯୁକ୍ତ ଅଂଶୁମାନର ମାନସିକ ସ୍ଥିତି ଠିକଥିବା ପଡୋଶୀ ମାନେ କହିଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.