ETV Bharat / state

ଭୁଜାଲି ଦେଖାଇ ଦିନ ଦ୍ବିପ୍ରହରରେ 3 ଲକ୍ଷରୁ ଉର୍ଦ୍ଧ୍ବ ଲୁଟ

ପାରାଦ୍ବୀପରେ ଦିନ ଦ୍ବିପ୍ରହରରେ ଭୁଜାଲି ଦେଖାଇ ଲୁଟ । ଟଙ୍କା ନେଇ ଜଣେ ବ୍ୟକ୍ତି ବ୍ୟାଙ୍କକୁ ଯାଉଥିବା ବାଟରେ କିଛି ଦୁର୍ବୃତ୍ତ ଟଙ୍କା ବ୍ୟାଗ ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି । ଅଧିକ ପଢନ୍ତୁ...

ଭୁଜାଲି ଦେଖାଇ ଦିନ ଦ୍ବିପ୍ରହରରେ 3 ଲକ୍ଷରୁ ଉର୍ଦ୍ଧ୍ବ ଲୁଟ
ଭୁଜାଲି ଦେଖାଇ ଦିନ ଦ୍ବିପ୍ରହରରେ 3 ଲକ୍ଷରୁ ଉର୍ଦ୍ଧ୍ବ ଲୁଟ
author img

By

Published : Dec 11, 2020, 8:19 PM IST

ଜଗତସିଂହପୁର: ଜିଲ୍ଲାର ଶିଳ୍ପନଗରୀ ପାରାଦ୍ବୀପରେ ଦିନ ଦ୍ବିପ୍ରହରରେ ଭୁଜାଲି ଦେଖାଇ ଲୁଟ । ଜଣେ ବ୍ୟକ୍ତି ଶୁକ୍ରବାର ନିଜ ଘରୁ 3 ଲକ୍ଷ 10 ହଜାର ଟଙ୍କା ନେଇ ବ୍ୟାଙ୍କକୁ ଯାଉଥିବା ସମୟରେ ଚାରିଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କୁ ଭୁଜାଲି ଦେଖାଇ ସମସ୍ତ ଟଙ୍କା ଲୁଟି ନେଇ ଚମ୍ପଟ ମାରିଛନ୍ତି । ଏନେଇ ସମ୍ପୃକ୍ତ ବ୍ୟକ୍ତି ସାଇମନ ମାଝୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭୁଜାଲି ଦେଖାଇ ଦିନ ଦ୍ବିପ୍ରହରରେ 3 ଲକ୍ଷରୁ ଉର୍ଦ୍ଧ୍ବ ଲୁଟ

ବ୍ୟକ୍ତି ଜଣଙ୍କ ଟଙ୍କା ନେଇ ବ୍ୟାଙ୍କ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଅଠର ବାଙ୍କୀ ନିକଟରେ ଛକି ରହିଥିଲେ । ସେମାନେ ଏକ କଳା ପଲସର ବାଇକରେ ଆସି ବ୍ୟକ୍ତିଙ୍କୁ ଭୁଜାଲି ଦେଖାଇ ଭୟଭୀତ କରିଥିଲେ ଏବଂ ଟଙ୍କା ବ୍ୟାଗକୁ ଝାମ୍ପିନେଇ ଫେରାର ହୋଇଯାଇଥିଲେ । ଅଭିଯୋଗ ପରେ ପୋଲିସ ଦୁର୍ବୃତ୍ତଙ୍କୁ ଧରିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଛି ।

ପାରାଦ୍ବୀପ ଭଳି ଏକ ସମ୍ବେଦନଶୀଳ ସହରରେ ଦିନ ଦ୍ବିପ୍ରହରରେ ଏଭଳି ଲୁଟ ପୋଲସ ପ୍ରଶାସନର ପାରିଆ ପଣିଆକୁ ପଦାରେ ପକାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.