ETV Bharat / state

ମହିଳାଙ୍କୁ ଦୁର୍ବବ୍ୟବହାର ଅଭିଯୋଗ, ଏତଲା ପରେ ପ୍ରତିକ୍ରିୟା ରଖିଲେ ପାରାଦ୍ବୀପ ବିଧାୟକ - ବିଧାୟକ ସମ୍ବିତ ରାଉତରାୟ

ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟଙ୍କ ନାମରେ ମହିଳାଙ୍କୁ ଦୁର୍ବବ୍ୟହାର କରିବା ଅଭିଯୋଗରେ କୁଜଙ୍ଗ ଥାନାରେ ଏତଲା ହୋଇଛି । ଘଟଣାକୁ ହୀନ ରାଜନୀତି କହିଛନ୍ତି ବିଧାୟକ ସମ୍ବିତ ରାଉତରାୟ । ଅଧିକ ପଢନ୍ତୁ

MLA Sambit Routray reaction complaints against him
ଥାନାରେ ଏତଲା ପରେ ପ୍ରତିକ୍ରିୟା ରଖିଲେ ବିଧାୟକ ସମ୍ବିତ
author img

By ETV Bharat Odisha Team

Published : Sep 4, 2023, 2:24 PM IST

Updated : Sep 4, 2023, 6:09 PM IST

ଥାନାରେ ଏତଲା ପରେ ପ୍ରତିକ୍ରିୟା ରଖିଲେ ବିଧାୟକ ସମ୍ବିତ

ଜଗତସିଂହପୁର: ମହିଳାଙ୍କୁ ଦୁର୍ବବ୍ୟବହାର ଅଭିଯୋଗରେ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟଙ୍କ ନାମରେ କୁଜଙ୍ଗ ଥାନାରେ ଏତଲା ହୋଇଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବୋଗୋଇ ଗ୍ରାମର ବଟମହାପୁରୁଷ ପୀଠରେ ଜଣେ ମହିଳାଙ୍କୁ ଦୁର୍ବବ୍ୟହାର କରିଥିବା ଘଟଣାକୁ ନେଇ ବିଧାୟକ ସମ୍ବିତ ରାଉତରାୟଙ୍କ ନାମରେ ଥାନାରେ ସମ୍ପୃକ୍ତା ମହିଳା ଜଣକ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଭିଡିଓ ବାର୍ତ୍ତା ଦେଇ ଘଟଣାକୁ ହୀନ ରାଜନୀତି ଭିତ୍ତିହୀନ ବୋଲି କହିଛନ୍ତି ବିଧାୟକ ସମ୍ବିତ ରାଉତରାୟ ।

କଣ ପୁରା ଘଟଣା: ଦୁଇ ଦିନ ତଳେ ବିଧାୟକ ସମ୍ବିତ ରାଉତରାୟ କୁଜଙ୍ଗ ବ୍ଲକ ଅନ୍ତର୍ଗତ ବୋଗୋଇ ଗ୍ରାମ ପରିଦର୍ଶନରେ ଯାଇଥିଲେ । ସେଠାରେ ଥିବା ବଟ ମହାପୁରୁଷ ପୀଠର ଉନ୍ନତୀକରଣ ଶିଳାନ୍ୟାସ ହୋଇଥିଲା। ଏହି ସମୟରେ ଉକ୍ତ ଗ୍ରାମର କାଞ୍ଚନ ସ୍ବାଇଁ 5 ବର୍ଷ ଯାଏଁ କେଉଁଆଡ଼େ ଥିଲେ ବୋଲି ପ୍ରଶ୍ନ କରିବା ସହ ମଠକୁ ଆସିଥିବା 17 ଲକ୍ଷ ଟଙ୍କାର ସୁବିନିଯୋଗ କରିବାକୁ କହିଥିଲେ । ଏହାର ଉନ୍ନତୀକରଣ କାର୍ଯ୍ୟ କୌଣସି ଠିକାଦାର ନୁହନ୍ତି ବରଂ ମଠ କମିଟି ଦ୍ବାରା କରିବାକୁ କହିଥିଲେ । ଏଥିରେ ବିଧାୟକ ଉତକ୍ଷିପ୍ତ ହୋଇ ତାଙ୍କୁ ଦୁର୍ବବହାର କରିଥିବା କୁଜଙ୍ଗ ଥାନାରେ ସମ୍ପୃକ୍ତା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଥାନାରେ ଲିଖିତ ଅଭିଯୋଗ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଗଲେ ଆଗକୁ ଆନ୍ଦୋଳନ କରିବେ ବୋଲି ଚେତବାନୀ ଦେଇଥିଲେ ।

ଏହା ବି ପଢ଼ନ୍ତୁ: ମହିଳାଙ୍କୁ ପାରାଦ୍ବୀପ ବିଧାୟକଙ୍କ ତାତ୍ସଲ୍ୟ ! ଭିଡ଼ିଓ ଭାଇରାଲ ପରେ ଏପରି ପ୍ରତିକ୍ରିୟା ରଖିଲେ ସମ୍ବିତ

ମହିଳାଙ୍କୁ ଦୁର୍ବବ୍ୟହାର ଅଭିଯୋଗ ନେଇ ଥାନାରେ ମାମାଲା ରୁଜୁ ହେବା ପରେ ଭିଡିଓରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସମ୍ବିତ ରାଉତରାୟ । ସେ କହିଛନ୍ତି ଯେ, ଘଟଣା ଦିନ ମହିଳାଙ୍କୁ ସେ କୌଣସି ଖରାପ ବ୍ୟବହାର କରି ନାହାଁନ୍ତି । ପୂର୍ବରୁ ତାଙ୍କର ଡିଲରସିପ୍‌ ଥିଲା ତାହା କଟିଯିବାରୁ ସେ ବିବ୍ରତ ହୋଇ ପାଟିତୁଣ୍ଡ କରିଥିଲେ । ସମ୍ପୃକ୍ତ ମହିଳା ଦୁର୍ବ୍ୟବହାର କରି ନାହାନ୍ତି କି ମୁଁ ମଧ୍ୟ ତାଙ୍କୁ ଦୁର୍ବ୍ୟବହାର କରିନାହିଁ । ଏହି ଘଟଣାକୁ ନେଇ ରାଜନୀତି କରା ଯାଉଛି । ସମ୍ପୃକ୍ତ ମହିଳାଙ୍କୁ ଶିଖାଯାଇ ଛୋଟ ଘଟଣାକୁ ବଡ଼ କରା ଯାଉଛି । ରାଜନୈତିକ ଫାଇଦା ପାଇଁ ବିଜେପି ଏହି ଘଟଣାକୁ ଉସକାଉଛି । ଏହା ହୀନ ରାଜନୀତି ଭିତ୍ତିହୀନ ।'' ଏ ସମ୍ପର୍କରେ ଅଭିଯୋଗକାରୀ ମହିଳା କଞ୍ଚାନ ସ୍ୱାଇଁଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।

ଏହା ବି ପଢନ୍ତୁ...ବାର୍ଷିକ ଉତ୍ସବରେ ବିଧାୟକ ଗାଇଲେ ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର, ଝୁମିଲେ ଛାତ୍ରଛାତ୍ରୀ

ଇଟିଭି ଭାରତ, ଜଗତସିଂହପୁର

Last Updated : Sep 4, 2023, 6:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.