ETV Bharat / state

ଚାଲିଥିଲା ଶୁଦ୍ଧିକ୍ରିୟା, ଜୀବିତ ଅବସ୍ଥାରେ ଫେରିଲେ ନିଖୋଜ ମହିଳା - ବାଲିକୁଦାରେ ଶୁଦ୍ଧିକ୍ରିୟା ବେଳେ ଫେରିଲେ ମହିଳା

ମହିଳାଙ୍କ ଜଣକ ୧୦ ଦିନ ଧରି ନିଖୋଜ ରହିଥିଲେ । ଏହାପରେ ପରିବାର ମୃତ୍ୟୁ ହୋଇଯାଇଥିବା ଭାବି ଶୁଦ୍ଧିକ୍ରିୟା କରିବା ବେଳେ ଜୀବିତ ଅବସ୍ଥାରେ ଫେରିଲେ ମହିଳା । ଏଭଳି ଘଟଣା ଜଗତସିଂହପୁର ବାଲିକୁଦା ଅଞ୍ଚଳରେ ଘଟିଛି । ଅଧିକ ପଢନ୍ତୁ

ଚାଲିଥିଲା ଶୁଦ୍ଧିକ୍ରିୟା, ଜୀବିତ ଅବସ୍ଥାରେ ଫେରିଲେ ନିଖୋଜ ମହିଳା

author img

By

Published : Apr 15, 2022, 7:59 PM IST

ଜଗତସିଂହପୁର: ୧୦ ଦିନ ହେବ ନିଖୋଜ ଥିଲେ ମହିଳା । ପରିବାର ମୃତ୍ୟୁ ହୋଇଯାଇଥିବା ଭାବି ଶୁଦ୍ଧିକ୍ରିୟା କରିଥିଲେ । ହେଲେ ହଠାତ ଯାହା ଘଟିଲା ତାହା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟଚକିତ । ଯେଉଁ ମହିଳାଙ୍କ ଶୁଦ୍ଧିକ୍ରିୟା ଚାଲିଥିଲା ଉକ୍ତ ମହିଳା ଜଣକ ଜୀବିତ ଅବସ୍ଥାରେ ଘରକୁ ଫେରିଥିଲେ । ଏହି ବିରଳ ଘଟଣା ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ କଣିଆ ଗ୍ରାମରେ ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଉକ୍ତ ମହିଳାଙ୍କ ନାମ ସଂଯୁକ୍ତା ବାରିକ ବୋଲି ଜଣାପଡ଼ିଛି । ମହିଳା ଜଣକ ଦୀର୍ଘ 10ଦିନ ହେବ ନିଖୋଜ ରହିଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇନଥିଲେ। ନିଖୋଜର 3 ଦିନ ବିତିଗଲା ପରେ ପରିବାର ଲୋକେ ଶୁଦ୍ଧିକ୍ରିୟା କରାଇଥିଲେ । ତେବେ ଆଜି ସ୍ଥାନୀୟ ଅଳକା ନଦୀରେ ଜଣେ ମହିଳା ଭାସୁଥିବା ଦେଖି ଉପସ୍ଥିତ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଚାଲିଥିଲା ଶୁଦ୍ଧିକ୍ରିୟା, ଜୀବିତ ଅବସ୍ଥାରେ ଫେରିଲେ ନିଖୋଜ ମହିଳା

ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଏହାପରେ ମହିଳାଙ୍କୁ ପ୍ରଥମେ ଜଗତସିଂହପୁର ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ପରିବାର ଲୋକେ ସଂଯୁକ୍ତା ଜୀବିତ ଥିବାର ଜାଣି ଶୁଦ୍ଧିକର୍ମ ବନ୍ଦ କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବାଲିକୁଦା ଅଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.