ETV Bharat / state

ଖବର ପ୍ରସାରଣ ପରେ ପ୍ରାର୍ଥଙ୍କୁ ମିଳିଲା ସହାୟତା, ପରିବାର ମୁହଁରେ ଫୁଟିଲା ହସ - ଜଗତସିଂହପୁର ଖବର

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ନୂଆଗଡ ଗାଁର ଏକ ପରିବାର ସଂଘର୍ଷର ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶିତ ହେବାର 24 ଘଣ୍ଟା ପରେ ପରିବାରକୁ ସହାୟତା ମିିଳିଛି । ଅଧିକ ପଢନ୍ତୁ

family got government help for survive
ଖବର ପ୍ରସାରଣ ପରେ ପ୍ରାର୍ଥଙ୍କୁ ମିଳିଲା ସହାୟତା
author img

By

Published : Mar 16, 2023, 2:04 PM IST

Updated : Mar 16, 2023, 10:54 PM IST

ପ୍ରାର୍ଥଙ୍କୁ ମିଳିଲା ସହାୟତା, ପରିବାର ମୁହଁରେ ଫୁଟିଲା ହସ

ଜଗତସିଂହପୁର: ଗଣମାଧ୍ୟମରେ ବାଜିଲା ଖବର । ବଢିଲା ସହାୟତା ହାତ । ଦୂର ହେଲା ପରିବାରର ଦୁଃଖ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ନୂଆଗଡ ଏକ ପରିବାର ସଂଘର୍ଷର ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଘର ଚଳାଇବାକୁ ଜଣେ ଦଶମ ଶ୍ରେଣୀ ଛାତ୍ର କିପରି ସବୁ ଦାୟିତ୍ବ ମୁଣ୍ଡାଇଛି ଖବର ପ୍ରସାରଣ ପରେ ପରିବାରକୁ ସହାୟତା ମିଳିଛି । କୁଜଙ୍ଗ ବ୍ଲକ ପ୍ରଶାସନ ପକ୍ଷରୁ ବିଡ଼ିଓ ସୋମ୍ୟଶ୍ରୀ ପାଣିଗ୍ରାହୀ ପରିବାରକୁ ଭେଟି ସହାୟତା ପ୍ରଦାନ କରିଛନ୍ତି । ପରିବାର ଖର୍ଚ୍ଚ, ପ୍ରାର୍ଥଙ୍କ ପାଠପଢା ଓ ଦିବ୍ୟାଙ୍ଗ ବାପା ଓ ଭଉଣୀଙ୍କ ଚିକିତ୍ସା ପାଇଁ ସମସ୍ତ ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପରିବାର ।

ନୂଆଗଡ଼ ଗ୍ରାମର ପ୍ରାର୍ଥ ସାରଥୀ ବେହେରା ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ତାଙ୍କ ବାପା ବେଣୁଧର ବେହେରା ଦୀର୍ଘ 10 ବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ । ସେହିପରି ପ୍ରାର୍ଥଙ୍କ ସାନ ଭଉଣୀ ମଧ୍ୟ ଦିବ୍ୟାଙ୍ଗ । ପ୍ରାର୍ଥଙ୍କ ମାଆ କେଉଁଆଡେ ଚାଲି ଯାଇଛନ୍ତି । ପରିବାର ବୋଝ ପ୍ରାର୍ଥଙ୍କ କଅଁଳ କାନ୍ଧରେ ପଡିଥିଲା । କିଶୋର ବୟସରେ ପରିବାରର ବୋଝ ମୁଣ୍ଡାଇଥିଲେ ପ୍ରାର୍ଥ । ସ୍ଥାନୀୟ ଅଞ୍ଚଳରେ ଦିନ ମଜୁରିଆ ଭାବେ କାର୍ଯ୍ୟକାରୀ ଯେଉଁ ଅର୍ଥ ଉପାର୍ଜନ କରୁଥିଲେ ସେଥିରେ ସେ ଦିବ୍ୟାଙ୍ଗ ବାପା ଓ ଭଉଣୀଙ୍କ ପାଇଁ ଦାନା ଯୋଗାଡ କରୁଥିଲେ ଏହା ସହ ନିଜେ ପାଠ ମଧ୍ୟ ପଢୁଥିଲେ । ପରିବାରର ଏ ସଂଘର୍ଷ କାହାଣୀ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଏବେ ପ୍ରାର୍ଥଙ୍କ ପରିବାରକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ଏହା ବି ପଢନ୍ତୁ...ଦଶମ ଶ୍ରେଣୀ ଛାତ୍ରଙ୍କ କାନ୍ଧରେ ପରିବାର ବୋଝ, ମୁଲ ଲାଗିଲେ ଜଳୁଛି ଚୁଲି

ଅସହାୟ ପରିବାରଙ୍କ ନିକଟରେ କୁଜଙ୍ଗ ବ୍ଲକ 4ନମ୍ବର ଜୋନ ଜିଲ୍ଲା ପରିଷଦ କନକ ପ୍ରଭା ବେହେରା, କୁଜଙ୍ଗ ବ୍ଲକ ଅଧ୍ୟକ୍ଷ ମିନାରାଣୀ ସାହୁ, କୁଜଙ୍ଗ ବିଡ଼ିଓ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ପ୍ରମୁଖ ପହଞ୍ଚି ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ପ୍ରାର୍ଥ ଓ ତାଙ୍କ ପରିବାର ଯେଉଁ କୁଡ଼ିଆ ଘରେ ରହିଛନ୍ତି ତାହାର ତର୍ଜମା କରାଯାଇ ସେମାନଙ୍କୁ କିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉ କିମ୍ବା ବିଜୁ ପକାଘର ପ୍ରଦାନ କରାଯିବ ତାକୁ ନେଇ ବିଡ଼ିଓ ପ୍ରତିଶ୍ରୁତି ଦେଇଥିଲେ ।

ବିଜୁ ସ୍ଵାସ୍ଥ୍ୟବୀମା ମାଧ୍ୟମରେ ପ୍ରାର୍ଥଙ୍କ ଦିବ୍ୟାଙ୍ଗ ବାପା ଓ ଭଉଣୀଙ୍କୁ କିଭଳି ଚିକିତ୍ସା କରାଯାଇ ପାରିବ ସେଥିପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ । ଏହା ସହ ତାଙ୍କୁ କିଛି ଆର୍ଥିକ ସହାୟତା ସହ ରାସନ ସାମଗ୍ରୀ ମଧ୍ୟ ପ୍ରଦାନ କରିଥିଲେ । ମାଟ୍ରିକ ପରୀକ୍ଷା ପରେ ପ୍ରାର୍ଥ ଆଇଟିଆଇ କରିବାକୁ ଇଚ୍ଛା ପ୍ରକାଶ କରିଥିବାରୁ ତାଙ୍କୁ ଏଥିପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ କେତେକ ଅନୁଷ୍ଠାନ ଆଗେଇ ଆସିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Mar 16, 2023, 10:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.