ETV Bharat / state

ବାତ୍ଯା ୟସ ଓ କୋଭିଡର ସଫଳ ମୁକାବିଲା ପାଇଁ ପାରାଦ୍ୱୀପ ବନ୍ଦର ସମ୍ବର୍ଦ୍ଧିତ

author img

By

Published : Jun 26, 2021, 7:03 AM IST

ବାତ୍ୟା ୟସ ସମେତ କୋଭିଡର ସଫଳ ମୁକାବିଲା କ୍ଷେତ୍ରରେ ପାରାଦ୍ଵୀପ ବନ୍ଦରକୁ ମନିଷା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ । କର୍ମଚାରୀ ଓ ଶ୍ରମିକ ମାନଙ୍କୁ କୋଭିଡ୍ ଟୀକାକରଣ କରାଯାଇଥିବା ବେଳେ କୋରୋନା ସଂକ୍ରମଣକୁ ରୋକିବା ଦିଗରେ ବନ୍ଦରର ପ୍ରୟାସ କହିଲେ ଅଧ୍ୟକ୍ଷ । ଅଧିକ ପଢନ୍ତୁ...

ମନିଷା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ପାରାଦ୍ୱୀପ ବନ୍ଦରକୁ ସମ୍ବର୍ଦ୍ଧିତ

ପାରାଦ୍ଵୀପ: ବନ୍ଦର କର୍ମଚାରୀ ଓ ବୁଦ୍ଧିଜୀବୀଙ୍କୁ ନେଇ ଗଠନ ହୋଇଛି ସ୍ବେଚ୍ଛାସେବୀ ଅନୁଷ୍ଠାନ "ମନିଷା ଚାରିଟେବୁଲ୍ ଟ୍ରଷ୍ଟ" । ସଂକ୍ରମିତ କୋରୋନାକୁ ନିୟନ୍ତ୍ରଣ କରିବାରେ ପାରାଦୀପ ବନ୍ଦର ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ମନିଷା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ପାରାଦ୍ବୀପ ବନ୍ଦର ଅଧ୍ୟକ୍ଷ ବିନୀତ କୁମାର ଓ ଉପାଧ୍ୟକ୍ଷ ଆଶୀଷ କୁମାର ବୋଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ସହିତ ଟ୍ରଷ୍ଟ ପକ୍ଷରୁ କରାଯାଇଥିବା ଦସ୍ତଖତ ଅଭିଯାନର ବ୍ୟାନର ପ୍ରଦାନ କରାଯାଇଛି ।

ତେବେ କୋରୋନାର ଦ୍ବିତୀୟ ଲହର ବୃଦ୍ଧି ପାଉଥିବା ସମୟରେ ବାତ୍ୟା ୟସର ପ୍ରଭାବରେ ପାରାଦୀପ ବନ୍ଦରାଞ୍ଚଳରେ କୋରୋନାକୁ ଦ୍ବିଗୁଣିତ କରିଥିଲା । ହେଲେ ସରକାରଙ୍କ କୋଭିଡ୍ ନିୟମ ଅନୁଯାୟୀ ବନ୍ଦର ପ୍ରଶାସନ ପକ୍ଷରୁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ମହାମାରୀ କୋରୋନାକୁ ନିୟନ୍ତ୍ରଣ କରାଯାଇପାରିଛି ।

ଏପରିକି ପାରାଦୀପ ବନ୍ଦରରେ କାର୍ଯ୍ୟ କରୁଥିବା ବନ୍ଦର କର୍ମଚାରୀଙ୍କ ସମେତ ଶ୍ରମିକ ଓ ବନ୍ଦର ଅଧିନରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂସ୍ଥାଙ୍କ ସମନ୍ୱୟ ଯୋଗୁଁ ପାରାଦୀପରେ ଜାହାଜ ଚଳାଚଳ ଓ ପଣ୍ୟ କାରବାର କ୍ଷେତ୍ରରେ ରେକର୍ଡ ସୃଷ୍ଟି କରି ପାରିଛି । ତେବେ କୋରୋନା ସଂକ୍ରମଣ ନିୟନ୍ତ୍ରଣରେ ପାରାଦୀପ ବନ୍ଦର ପ୍ରଶାସନର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ "ମନିଷା ଚାରିଟେବୁଲ୍ ଟ୍ରଷ୍ଟ" ପକ୍ଷରୁ ବନ୍ଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ସମ୍ମାନିତ କରାଯାଇଥିଲା ।

ଏହି ଅବସରରେ ବନ୍ଦର ସମସ୍ତ ଅଧିକାରୀ, କର୍ମଚାରୀ ଓ ଶ୍ରମିକ ମାନଙ୍କୁ କୋଭିଡ୍ ଟୀକାକରଣ କରାଯାଇଥିବା ବେଳେ କୋରୋନା ସଂକ୍ରମଣକୁ ରୋକିବା ଦିଗରେ ବନ୍ଦରର ପ୍ରୟାସ ଜାରୀ ରହିବ ବୋଲି ବନ୍ଦର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.