ETV Bharat / state

ବଞ୍ଚାଇଦେବାକୁ ଆର୍ତ୍ତତ୍ରାଣଙ୍କ ଅନୁରୋଧ

ଇଚ୍ଛା ଦୀର୍ଘାୟୁ ହେବା ପାଇଁ, ହେଲେ ରୋଗ ଶଯ୍ୟାରେ ଜୀବନ ବିତୁଛି । ଚିକିତ୍ସା ପାଇଁ ଇଚ୍ଛା, ହେଲେ ଅର୍ଥ ସାଜିଛି ବାଧକ । ଘରେ ଯାହା ଥିଲା, ଦିଲ୍ଲୀ ଏମସରେ ସେତିକି ମଧ୍ୟ ସରିଗଲାଣି । ପୁଣି ଏବେ ଡାକ୍ତରଙ୍କ ପରାମର୍ଶ, ପୁଣି ଥରେ ଚିକିତ୍ସା ପାଇଁ ନିର୍ଦ୍ଦେଶ । ସହାୟତା ପାଇଁ ଅପେକ୍ଷାରେ ଆର୍ତ୍ତତ୍ରାଣ ।

author img

By

Published : Apr 24, 2019, 9:42 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ମୁଁ ବଞ୍ଚିବାକୁ ଚାହେଁ, ଦୟାକରି ମୋତେ ବଞ୍ଚାଇ ଦିଅନ୍ତୁ, ମୁଁ ଚାଲିଗଲେ ମୋର ୨ଝିଅ ଅନାଥ ହୋଇଯିବେ, ମରିବାକୁ ଚାହେଁନା । ଏହିଭଳି କିଛି କରୁଣ ନିବେଦନ କରିଛନ୍ତି ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ଅଁଳା ପଞ୍ଚାୟତ ଚାନ୍ଦଗଡର ଆର୍ତ୍ତତ୍ରାଣ ମଲ୍ଲିକ। ଟିଉସନ୍ କରି ଜିବିକା ନିର୍ବାହ କରୁଥିବା ଆର୍ତ୍ତତ୍ରାଣ ୩ବର୍ଷ ହେବ ବିରଳ ମାସ୍ଥାନିଆ ଗ୍ରାଭିସ୍ ରୋଗରେ ଆକ୍ରାନ୍ତ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ରୋଗରେ ଆକ୍ରାନ୍ତ ହେବା ପରେ ପ୍ରଥମେ ଜଗତସିଂହପୁର ଓ ପରେ କଟକରେ ଚିକିତ୍ସିତ ହୋଇଥିଲେ ଆର୍ତ୍ତତ୍ରାଣ । କିନ୍ତୁ ରୋଗ ଜଣା ପଡିବାପରେ ଡାକ୍ତର ତାଙ୍କୁ ଦିଲ୍ଲୀ ଏଆଇଆଇଏସ(AIIMS)ରେ ଚିକିତ୍ସା ପାଇଁ କହିଥିଲେ । ଘରେ ଯାହାଥିଲା ବିକିଭାଙ୍ଗି 2 ମାସ ଦିଲ୍ଲୀ ଏମସ୍‌ରେ ଚିକିତ୍ସିତ ହୋଇ ଫେରିବା ପରେ ପୁଣି ଥରେ ଚିକିତ୍ସା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । କିନ୍ତୁ ଅର୍ଥ ବାଧକ ସାଜିଛି ଆର୍ତ୍ତତ୍ରାଣଙ୍କ ଚିକିତ୍ସାରେ । ପ୍ରତି ମାସରେ ବହୁ ଅର୍ଥ ଔଷଧ ପାଇଁ ଦରକାର ହେଉଥିବା ବେଳେ ସରକାରୀ ସାହାଯ୍ୟ ମିଳିପାରି ନାହିଁ । ଘରେ ଏକମାତ୍ର ରୋଜଗାରକ୍ଷମ ଆର୍ତ୍ତତ୍ରାଣ ଅଚଳ ହୋଇଯିବା ପରେ ଏବେ ୨ବେଳା ଖାଇବାକୁ ମିଳିବା ମଧ୍ୟ କଷ୍ଟକର ହୋଇପଡିଥିବା ତାଙ୍କ ସ୍ତ୍ରୀ ସୁଜାତା କହିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ବା କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ସହାୟତା କରନ୍ତୁ ବୋଲି ଆକୁଳ ନିବେଦନ କରିଛନ୍ତି ଆର୍ତ୍ତତ୍ରାଣ ।

ଜଗତସିଂପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Body:

dfhhd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.