ETV Bharat / state

ଏମିତି ବି ଆସେ ମୃତ୍ୟୁ ! ପୋଲ ତଳକୁ ଖସି ଯୁବକଙ୍କ ମୃତ୍ୟୁ

ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ କଇଜଙ୍ଗା ଗ୍ରାମରେ ଅଘଟଣ । ଅଥଙ୍ଗା ମାଛ ଗାଁ କେନାଲ ଉପରେ ବସିଥିବା ବେଳେ ତଳକୁ ଖସି ଯୁବକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

author img

By

Published : Sep 23, 2022, 12:39 PM IST

Updated : Sep 23, 2022, 12:58 PM IST

ପୋଲ ତଳକୁ ଖସି ଯୁବକଙ୍କ ମୃତ୍ୟୁ
ପୋଲ ତଳକୁ ଖସି ଯୁବକଙ୍କ ମୃତ୍ୟୁ

ଜଗତସିଂହପୁର: ଏମିତି ବି ଆସେ ମୃତ୍ୟୁ । ପୋଲ ତଳକୁ ଖସି ଯୁବକଙ୍କ ମୃତ୍ୟୁ । ଏଭଳି ଏକ ଅଘଟଣ ଘଟିଛି ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ କଇଜଙ୍ଗା ଗ୍ରାମରେ । ମୃତକ ହେଲେ କଇଜଙ୍ଗା ଗ୍ରାମର ଧନେଶ୍ୱର ବେହେରା । ବୟସ ୪୦ ବର୍ଷ । ଗତ ୨୧ ତାରିଖ ଦିନ ଅଥଙ୍ଗା ମାଛଗାଁ କେନାଲ ଉପରେ ବସିଥିବା ବେଳେ ତଳକୁ ଖସିପଡିଥିଲେ । ଗୁରୁବାର ମୃତଦେହ ଉଦ୍ଧାର କରିଛି ପୋଲିସ ।

ପୋଲ ତଳକୁ ଖସି ଯୁବକଙ୍କ ମୃତ୍ୟୁ

ଅଧିକ ପଢନ୍ତୁ: ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ମାଗିବେ ଦୀପିକା

ସୂଚନା ଅନୁଯାୟୀ, ଗତ ୨୧ ତାରିଖ ଦିନ ଅଥଙ୍ଗା ମାଛ ଗାଁ କେନାଲ ପୋଲ ଉପରେ ବସିଥିବାବେଳେ ପୋଲ ତଳକୁ ଖସି ପଡ଼ିଥିଲେ ଧନେଶ୍ୱର । ଏହାଦେଖି କିଛି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ଧନେଶ୍ୱରଙ୍କ କୌଣସି ପତ୍ତା ମିଳିନଥିଲା । ତେଣୁ ତାଙ୍କ ଘରଲୋକ ବିରିଡି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଖୋଜାଖୋଜି ଜାରି ରଖିଥିବାବେଳେ ଗୁରୁବାର ସନ୍ଧ୍ୟାରେ ମାଛଗାଁ କେନାଲରେ ଏକ ଅଜଣା ମୃତଦେହ ଲାଗିଥିବାର ଲୋକ ଦେଖି ଥାନାକୁ ଖବର ଦେଇଥିଲେ ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଧନେଶ୍ୱରଙ୍କ ପରିବାରକୁ ଖବର ଦେଇଥିଲା । ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟକୁ ପଠାଇଛି । ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନଥିବାବେଳେ ପରିବାରଲୋକେ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିନାହାନ୍ତି । ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି । ଧନେଶ୍ୱରଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Sep 23, 2022, 12:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.