ଜଗତସିଂହପୁର : ଜିଲ୍ଲା ସଦର ତହସିଲ ଅନ୍ତର୍ଗତ ଆଳିପିଙ୍ଗଳ ବଜାରରେ ଭୟାବହ ଅଗ୍ନିକାଣ୍ତ । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଏକାଧିକ ଦୋକାନ ଘର ପୋଡି ଭସ୍ମୀଭୂତ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସୂଚନା ଅନୁସାରେ, ଆଳିପିଙ୍ଗଳ ବଜାରର କୃତିବାସ ସୁଇସ ଷ୍ଟଲରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା ।
ଫଳରେ ଏକାଧିକ ଦୋକାନ ସହ ଗୋଦାମ ଘରକୁ ନିଆଁ ବ୍ୟାପି ଯାଇଥିଲା । ସ୍ଥାନୀୟ ଲୋକେ ନିଆଁ ଲିଭାଇବା ସହ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଆସିବାବେଳକୁ ଏକାଧିକ ଦୋକାନକୁ ନିଆଁ ବ୍ୟାପି ଯାଇଥିଲା । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ଏଥିରେ ଲକ୍ଷାଧିକ ଟଙ୍କାର ସରଞ୍ଜାମ ପୋଡି ପାଉଁଶ ହୋଇ ଯାଇଥିବା କୁହାଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ