ETV Bharat / state

ଜୁଆରରେ କ୍ଷତିଗ୍ରସ୍ତ ଶିଆଳି ଭିୟୁ ଟାୱାର, ବେଳାଭୂମିର ସୁରକ୍ଷା ଦାୟିତ୍ୱ ନେଲା ମହାନଦୀ ସାଉଥ ଡିଭିଜନ - Shiali View Tower beach in jagatsinghpur

ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକର ଶିଆଳି ବେଳାଭୂମିର ସୁରକ୍ଷା ଓ ମରାମତିର ଦାୟିତ୍ବ ନେଇଛି ମହାନଦୀ ସାଉଥ ଡିଭିଜନ। ଅଧିକ ପଢନ୍ତୁ...

ଜୁଆରରେ କ୍ଷତିଗ୍ରସ୍ତ ଶିଆଳି ଭିୟୁ ଟାୱାର, ବେଳାଭୂମିର ସୁରକ୍ଷା ଦାଇତ୍ୱ ନେଲା ମହାନଦୀ ସାଉଥ ଡିଭିଜନ

author img

By

Published : Sep 8, 2021, 9:11 PM IST

ଜଗତସିଂହପୁର: ଜିଲ୍ଲାର ଏରସମା ବ୍ଲକର ଶିଆଳି ବେଳାଭୂମିର ସୁରକ୍ଷା ଓ ମରାମତିର ଦାୟିତ୍ୱ ନେଇଛି ମହାନଦୀ ସାଉଥ ଡିଭିଜନ। ଯାହାକୁ ନେଇ ଆଜି(ବୁଧବାର) ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏରସମା ଅଂଚଳରେ ଦିନକୁ ଦିନ ସମୁଦ୍ର ଅଶାନ୍ତ ହେବା ସହିତ ବଡ଼ ବଡ଼ ଜୁଆର ସ୍ଥଳ ଭାଗକୁ ମାଡିଆସୁଛି । ଫଳରେ ଓଡ଼ିଶା ମାନଚିତ୍ରର ଅନ୍ୟତମ 30 କିଲୋମିଟର ବ୍ୟାପ୍ତ ସୁଦୀର୍ଘ ବେଳାଭୂମି ଏବେ ଜଳମଗ୍ନ ହେବାରେ ଲାଗିଛି ।

ଜୁଆରରେ କ୍ଷତିଗ୍ରସ୍ତ ଶିଆଳି ଭିୟୁ ଟାୱାର, ବେଳାଭୂମିର ସୁରକ୍ଷା ଦାଇତ୍ୱ ନେଲା ମହାନଦୀ ସାଉଥ ଡିଭିଜନ

ଗତ ମଙ୍ଗଳବାର ଦିନ ଆସନ୍ତ ସମୁଦ୍ରକୂଳ ଲଙ୍ଘିବା ସହିତ ଶିଆଳି ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ଭିୟୁ ଟାୱାର ନିକଟ ପର୍ଯନ୍ତ ମାଡି ଆସିଥିଲା, ଫଳରେ ଭିୟୁ ଟାୱାର ଭୁଶୁଡି ପଡିବା ଭଳି ବିପଦ ସୃଷ୍ଟି ହୋଇଛି। ଏହି ଘଟଣା ଗଣମାଧ୍ୟମରେ ପ୍ରସାରିତ ହେବାପରେ ପ୍ରଶାସନ ପକ୍ଷରୁ ବେଳାଭୂମି ସୁରକ୍ଷା ଓ ମରାମତି ପାଇଁ ମହାନଦୀ ସାଉଥ ଡିଭିଜନକୁ ଦାୟିତ୍ଵ ଦିଆଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଆଶ୍ବସ୍ତି ଅନୁଭବ କରିଛନ୍ତି । ଦିନକୁ ଦିନ ଏରସମାରେ ସମୁଦ୍ର ସ୍ଥଳ ଭାଗ ଆଡକୁ ମୁହାଁଉଛି । ବିଗତ 5 ବର୍ଷ ମଧ୍ୟରେ ସମୁଦ୍ର ଏକ କିଲୋମିଟର ସ୍ଥଳ ଭାଗକୁ ଚାଲିଆସିଲାଣି, ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.