ETV Bharat / state

ଜଗତସିଂହପୁରରେ ଭସାଣି ପାଇଁ ବ୍ୟାପକ ପ୍ରସ୍ତୁତି

author img

By

Published : Oct 7, 2022, 7:53 AM IST

ଭସାଣି ପାଇଁ ଜଗତସିଂହପୁର ବ୍ୟାପକ ପ୍ରସ୍ତୁତି । ଜଗତସିଂହପୁର ସହରରେ ଆଜି(ଶୁକ୍ରବାର) ଭସାଣି ଉତ୍ସବ ପାଳନ କରାଯିବ । ଏହାକୁ ନେଇ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି । ପୋଲିସ ପକ୍ଷରୁ କରାଯାଇଛି କଡ଼ାକଡ଼ି ବ୍ୟବସ୍ଥା । ଅଧିକ ପଢ଼ନ୍ତୁ

ଜଗତସିଂହପୁରରେ ଭସାଣି ପାଇଁ ବ୍ୟାପକ ପ୍ରସ୍ତୁତି
ଜଗତସିଂହପୁରରେ ଭସାଣି ପାଇଁ ବ୍ୟାପକ ପ୍ରସ୍ତୁତି

ଜଗତସିଂହପୁର: ଭସାଣି ପାଇଁ ଜଗତସିଂହପୁର ବ୍ୟାପକ ପ୍ରସ୍ତୁତି । ସହରରେ ଆଜି (ଶୁକ୍ରବାର) ଭସାଣି ଉତ୍ସବ ପାଳନ କରାଯିବ । ଏହାକୁ ନେଇ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି । ପୋଲିସ ପକ୍ଷରୁ କରାଯାଇଛି କଡ଼ାକଡ଼ି ବ୍ୟବସ୍ଥା । ଆଜି ଅପରାହ୍ନ 2ଟା ସମୟରୁ ଭାରିଯାନ ଗୁଡିକୁ ସହର ମଧ୍ୟକୁ ପ୍ରବେଶ ଉପରେ ନିଷେଧାଦେଶ ଜାରି କରାଯାଇଛି ।

ସେହିପରି ସହରରେ ମୋଟ 40ଟି ମେଢ ନିର୍ଦ୍ଧାରିତ ସମୟରେ ବାହାରି ସନ୍ଧ୍ୟା 7 ଟା ସୁଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ଉପସ୍ଥିତ ହେବେ । ସେଠାରୁ ଶୋଭାଯାତ୍ରାରେ ବାହାରି ପୌରପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଳକା ନଦୀ ମଧ୍ୟରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଖରୀରେ ମାଆଙ୍କୁ ବିସର୍ଜନ କରାଯିବାକୁ ନିଷ୍ପତ୍ତି ହୋଇଛି । ଭସାଣି ସମୟରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯିବ । ଶୋଭାଯାତ୍ରା ସମୟର ଦୁଇ ଚକିଆ ଓ 4ଚକିଆ ଯାନ ଯିବାପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଏପରିକି କଲେଜ ଛକ ଠାରୁ ଜୟପୁର ଆଡକୁ ଆସୁଥିବା ଦୁଇ ଚକିଆ ଓ ୪ଚକିଆ ଯାନକୁ 10 ନମ୍ବର କେନାଲ ବନ୍ଧ ରାସ୍ତାରେ ଯିବାପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ଆଳି ପିଙ୍ଗଳ, ଅଡ଼ଶପୁରକୁ ଯିବାପାଇଁ ମାଛଗାଆଁ ରାସ୍ତାରେ ଯିବାକୁ ବ୍ୟବସ୍ଥା କରାଯାଇଛି । ଭାରିଯାନକୁ ଦିନ2 ଠାରୁ ରାତି12 ଟା ପର୍ଯ୍ୟନ୍ତ ସହର ଭିତରକୁ ପ୍ରବେଶକୁ ବାରଣ କରାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.