ETV Bharat / state

ଜନ୍ମମାଟି ଜଗତସିଂହପୁରରେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି

ଜଗତସିଂହପୁର ପାଇଁ ଗୌରବ ଆଣିଥିବା ଓଡ଼ିଆ ସେନାଧିକାରୀ ଚଣ୍ଡୀ ପ୍ରସାଦ ମହାନ୍ତି ଆଜି ନିଜ ଜନ୍ମମାଟିରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

ସେନା ଉପମୁୁଖ୍ୟ ଚଣ୍ଡୀ ପ୍ରସାଦ ମହାନ୍ତି
ସେନା ଉପମୁୁଖ୍ୟ ଚଣ୍ଡୀ ପ୍ରସାଦ ମହାନ୍ତି
author img

By

Published : Jan 21, 2021, 11:53 AM IST

ଜଗତସିଂହପୁର: ପ୍ରଥମ ଓଡିଆ ସେନା ଉପମୁଖ୍ୟ ଭାବେ ରାଜ୍ୟ ପାଇଁ ଗର୍ବ ଆଣିଥିବା ଓଡିଆ ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ଆଜି ନିଜ ଜନ୍ମମାଟିରେ ପହଞ୍ଚିଛନ୍ତି । ଜଗତସିଂହପୁର ଜିଲ୍ଲା ଜୟଗଡ଼ରେ ଥିବା ନିଜ ଘରେ ପହଞ୍ଚି ପରିବାର ଲୋକଙ୍କ ସହିତ ସମୟ ବିତାଇଛନ୍ତି ।

ସେନା ଉପମୁୁଖ୍ୟ ଚଣ୍ଡୀ ପ୍ରସାଦ ମହାନ୍ତି

ଆଜି ସକାଳ 8ଟାରେ ଘରେ ପହଞ୍ଚି ଘର ଲୋକଙ୍କ ସହିତ କିଛି ସମୟ ବିତାଇଥିଲେ । ଏହା ପରେ ସେ ଜଗତସିଂହପୁର ଆରଧ୍ୟା ଦେବୀ ମା ଶାରଳାଙ୍କ ଦର୍ଶନ ନିମନ୍ତେ ଝଙ୍କଡ ଯାଇଥିଲେ । ମା ଶାରଳା ଓ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସେ ଏହି ପଦରେ ଅଳଙ୍କୃତ ହୋଇଛନ୍ତି ବୋଲି କହିଛନ୍ତି । ଏତେ ବଡ ଖୁସି ଦିନରେ ସେ ନିଜ ମାଆଙ୍କୁ ମନେ ପକାଇଛନ୍ତି । ବାପା ଓ ମାଙ୍କ ପାଇଁ ସେ ସେନାବାହିନୀରେ ଯୋଗ ଦେଇଥିବା କହିଥିଲେ। ଆଜି ମାଆ ଥିଲେ ବହୁତ ଖୁସି ହୋଇଥାନ୍ତେ ବୋଲି କହି ଭାବବିହ୍ବଳ ହୋଇ ପଡିଥିଲେ ଚଣ୍ଡୀ ପ୍ରସାଦ ।

ଚଣ୍ଡୀ ପ୍ରସାଦ ଜଗତସିଂହପୁର ଆସିଥିବା ଖବର ପାଇବା ମାତ୍ରେ ତାଙ୍କ ବାସଭବନରେ ଶୁଭେଚ୍ଛୁଙ୍କ ଭିଡ଼ ଲାଗିଥିଲା। ଏହା ତାଙ୍କର ସମ୍ପୂର୍ଣ୍ଣ ବେସରକାରୀ ଗ୍ରସ୍ତ ହୋଇଥିଲେ ମଧ୍ୟ ବିଭିନ୍ନ ରାଜନୈତିକ ପାର୍ଟିର ସଦସ୍ୟ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରକାଶ ଥାଉ କି ସେ ଦୁଇଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ପ୍ରଥମ ଦିନ ସେ ପୁରୀ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.