ETV Bharat / state

ଲକଡାଉନ: ସାପ୍ତାହିକ ହାଟରେ ସାମାଜିକ ଦୂରତ୍ବ ଭୁଲିଲେ ଲୋକେ - People are forgetting social distance

ସାରା ରାଜ୍ୟରେ ଲକଡାଉନ ଜାରି କରାଯାଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଲକଡାଉନ ଜାରି କରାଯାଇଛି । ଏଥିପାଇଁ ଜିଲ୍ଲାରେ ସାପ୍ତାହିତ ହାଟ ଗୋଟିଏ ଦିନ ବସିବାକୁ ନିର୍ଦ୍ଦେଶ ହୋଇଛି । ହେଲେ ଉକ୍ତ ହାଟରେ ଲୋକେ ସାମାଜିକ ଦୂରତ୍ବ ଭୂଲି ଯାଉଥିବା ଦେଖିବାକୁ ମିଳୁଛି ।

People are forgetting social distance at the weekly market
ଲକଡାଉନ: ସାପ୍ତାହିକ ହାଟରେ ସାମାଜିକ ଦୂରତ୍ବ ଭୂଲିଲେ ଲୋକେ
author img

By

Published : Apr 3, 2020, 8:11 PM IST

ଜଗତସିଂହପୁର: ଜିଲ୍ଲାରେ ଲକଡାଉନ୍ ଜାରି ରହିଥିବା ବେଳେ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟକୁ ଗୋଟିଏ ଦିନ ବସିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ କେତେକ ସାପ୍ତାହିକ ହାଟରେ ସାମାଜିକ ଦୂରତ୍ବ ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ସହରର ସୋମନାଥ ହାଟ, କୁଜଙ୍ଗ ହାଟ, ବାଲିକୁଦା ହାଟରେ ।

ଲକଡାଉନ: ସାପ୍ତାହିକ ହାଟରେ ସାମାଜିକ ଦୂରତ୍ବ ଭୂଲିଲେ ଲୋକେ

ଉକ୍ତ ହାଟ ମାନଙ୍କରେ ପ୍ରବଳ ଜନସମାଗମ ହେଉଥିବା ଦେଖିବାକୁ ମିଳୁଛି । ସପ୍ତାହକୁ ଥରେ ବସୁଥିବା ହେତୁ ଜନଗହଳି ଦ୍ବି-ଗୁଣିତ ହେଉଛି । ସାରା ଦେଶରେ COVID-19ରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ଓଡିଶାରେ ଏହାର ସଂଖ୍ୟା 9ରେ ପହଞ୍ଚିଛି ।

ତେବେ ଜିଲ୍ଲା ଓ ପୋଲିସ ପ୍ରଶାସନ ଏଭଳି ଛୋଟ ଛୋଟ ନିୟମ ଉଲ୍ଲଂଘନ ଉପରେ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଏହା ସମସ୍ୟା ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.