ETV Bharat / state

ଜଗତସିଂହପୁରରେ ଜୋର ଧରିଲା ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି, 7ରେ ଜିଲ୍ଲା ବନ୍ଦ ଡାକରା - 7ରେ ଜଗତସିଂହପୁର ବନ୍ଦ

ଜଗତସିଂହପୁରରେ ଜୋର ଧରିଲା ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି । ପାର୍ଟି ନୁହେଁ ମାଟି ପାଇଁ ଲଢେଇ କହି ସାମିଲ ହେଲେ ସବୁ ଦଳର ନେତା । ଅଧିକ ପଢନ୍ତୁ

local protest for demanding medical college

author img

By ETV Bharat Odisha Team

Published : Nov 4, 2023, 11:04 AM IST

local protest for demanding medical college

ଜଗତସିଂହପୁର: ଜୋର ଧରିଲା ମେଡିକାଲ ପ୍ରତିଷ୍ଠା ଦାବି । ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଓ ସରକାରଙ୍କ ପଲ୍ଲୀ ସ୍ୱାସ୍ଥ୍ୟ ପ୍ରଶିକ୍ଷଣ କେନ୍ଦ୍ରକୁ କଟକ ଟାଙ୍ଗୀ ସ୍ଥାନାନ୍ତରକୁ ବିରୋଧ କରି ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଜଗତସିଂହପୁର ସ୍ୱାସ୍ଥ୍ୟ ସୁରକ୍ଷା ପରିଷଦ ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯାଇଛି । ଏହାସହିତ ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ତେବେ ଏହି ବିକ୍ଷୋଭରୁ ସବୁ ରାଜନୈତିକ ଦଳର କର୍ମୀମାନେ ସମର୍ଥନ ଜଣାଇଛନ୍ତି । ଏହା କେଉଁ ପାର୍ଟିର ନୁହେଁ ଏହା ମାଟି ପାଇଁ ଲଢେଇ ବୋଲି ବିଜେପିର ବରିଷ୍ଠ ନେତା ପ୍ରତାପ ମିଶ୍ର କହିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟ କାରିଣୀ ସଦସ୍ୟ ପ୍ରତାପ ମିଶ୍ର କହିଛନ୍ତି, "ଜଗତସିଂହପୁର ଜିଲ୍ଲାରେ ଜନସଂଖ୍ୟା ୧୩ ଲକ୍ଷରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ଏହି ଜିଲ୍ଲାର ପାରାଦ୍ୱୀପ ବନ୍ଦର ଓଡିଶାର ପରିଚୟ ଭାବେ ଉଭା ହୋଇଛି । ଏହି ଜିଲ୍ଲାରେ ୬ରୁ ଊର୍ଦ୍ଧ୍ବ ବୃହତ୍ତ ଶିଳ୍ପ ସହିତ ୫୦ ରୁ ଅଧିକ କ୍ଷୁଦ୍ରଶିଳ୍ପ ରହିଛି । କିନ୍ତୁ ଏହି ମାଟିର ମଣିଷ ଏଠି ଧୂଳି ଧୂଆଁରେ ନିଜର ଆୟୁଷ କମାଉଥିବା ବେଳେ ଏହି ଜିଲ୍ଲାର ଶିଶୁ ରୁଗ୍ଣ ହୋଇ ଜନ୍ମ ଗ୍ରହଣ କରୁଛନ୍ତି । କିନ୍ତୁ ସରକାର ଏଠି ମେଡ଼ିକାଲ କଲେଜ ପ୍ରତିଷ୍ଠା କଣ କରିବେ ପାଲ୍ଲୀରେ ଥିବା ସ୍ୱାସ୍ଥ୍ୟ ପ୍ରଶିକ୍ଷଣ କେନ୍ଦ୍ରକୁ କଟକକୁ ସ୍ଥାନାନ୍ତର କରିବା ପାଇଁ ଚିଠି କରିଛନ୍ତି । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ସହିତ ଜଗତସିଂହପୁର ବାସୀଙ୍କ ପାଇଁ ଜିଲ୍ଲାରେ ମେଡିକାଲ କଲେଜ ଖୋଲାଯାଉ ।"

ଏହା ମଧ୍ୟ ପଢନ୍ତୁ: ମଣିଜଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଆନ୍ଦୋଳନ ଚେତାବନୀ ଦେଲା ଯୁବ କଂଗ୍ରେସ

ଏହି ବିକ୍ଷୋଭ ସମାବେଶରେ ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, କଂଗ୍ରେସ ଜିଲ୍ଲା ସଭାପତି ନଟବର ବାରିକ, ବିଜେଡି ନେତା ସୁଶାନ୍ତ ସ୍ୱାଇଁ, ପୂର୍ବତନ ପୌରାଧକ୍ଷ ବିପ୍ଳବ ଚୌଧୁରୀ, ବିଶିଷ୍ଟ ସମାଜସେବୀ ହେମନ୍ତ ରଥଙ୍କ ନେତୃତ୍ୱରେ ଶତାଧିକ ଜଗତସିଂହପୁରବାସୀ ସ୍ବତ୍ତପ୍ରବୃତ୍ତ ଭାବେ ଏଥିରେ ସାମିଲ ହୋଇଥିଲେ । ଏହି ଦାବିକୁ ଜୋରଦାର କରାଯିବା ପାଇଁ ଆସନ୍ତା 7 ତାରିଖରେ ଜଗତସିଂହପୁର ଜିଲ୍ଲା ବନ୍ଦ ଡାକରା ଦେଇଛି ସଂଗଠନ ।

ସଂଗଠନର ଆବାହକ ବରିଷ୍ଠ ଆଇନଜୀବୀ ବାସୁଦେବ କହିଛନ୍ତି ଯେ, "ଜଗତସିଂହପୁର ଜିଲ୍ଲାରେ ଲୋକେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଦେହ ଟିକେ ଖରାପ ହେଲେ ଜଗତସିଂହପୁର ଡାକ୍ତର ଖାନାର ଡାକ୍ତର କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରୁଛନ୍ତି । କଟକ ଯାଇ ଜଣେ ସାଧାରଣ ରୋଗୀ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଛି । 8 ମାସ ପୂର୍ବରୁ ଜଗତସିଂହପୁର ସହର ନିକଟରେ ମେଡ଼ିକାଲ କଲେଜ ନିର୍ମାଣ ପାଇଁ ଜମି ଚିହ୍ନଟ କରାଯାଇଥିଲା କିନ୍ତୁ ତାହା ଶୀତଳ ଭଣ୍ଡାରରେ ପଡି ରହିଛି । ଏବେ ରାଜ୍ୟ ସରକାର ପଲ୍ଲୀ ପଞ୍ଚାୟତରେ ଥିବା ସ୍ୱାସ୍ଥ୍ୟ ପରୀକ୍ଷଣ କେନ୍ଦ୍ରକୁ କଟକ ଉଠାଇ ନେବାକୁ ଯୋଜନା କରିଛନ୍ତି । ତାହାକୁ ବିରୋଧ କରି ଏହି ଆନ୍ଦୋଳନ ଜାରି ହୋଇଛି । ଆମର ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ।"

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.