ETV Bharat / state

ତିର୍ତ୍ତୋଲରେ ଦିବଙ୍ଗତ ବିଧାୟକ ବିଷ୍ଣୁ ଦାସଙ୍କୁ ଗାର୍ଡ଼ ଅଫ ଅନର - ଗାର୍ଡ଼ ଅଫ ଅନର

ଜଗତସିଂହପୁର ଜିଲ୍ଲାର ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ସୋମବାର ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହେବା ପରେ ଆଜି ତାଙ୍କ କର୍ମଭୂମି ଜଗତସିଂହପୁରକୁ ପାର୍ଥିବ ଶରୀର ଅଣାଯାଇଥିଲା। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ଲୋକେ କହିଛନ୍ତି। ଅଧିକ ଖବର ପଢନ୍ତୁ...

ତିର୍ତ୍ତୋଲରେ ଦିବଙ୍ଗତ ବିଧାୟକ ବିଷ୍ଣୁ ଦାସଙ୍କୁ ଗାର୍ଡ଼ ଅଫ ଅନର

author img

By

Published : Jul 7, 2020, 12:54 PM IST

Updated : Jul 7, 2020, 2:06 PM IST

ଜଗତସିଂହପୁର: ଜିଲ୍ଲାର ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ସୋମବାର ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହେବା ପରେ ଆଜି ତାଙ୍କ କର୍ମଭୂମି ଜଗତସିଂହପୁରକୁ ପାର୍ଥିବ ଶରୀର ଅଣାଯାଇଥିଲା। ସକାଳ 8.30 ମିନିଟରେ ତାଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିରିଡି ବିଜେଡି କାର୍ଯ୍ୟାଳୟ ଓ ପରେ ତିର୍ତ୍ତୋଲ ଦେଇ ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପଡିଆକୁ ଅଣାଯାଇଥିଲା।

ସେଠାରେ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ହଜାର ହଜାର ସମର୍ଥକ ଓ ଶୁଭେଚ୍ଛୁ ତାଙ୍କର ଶେଷ ଦର୍ଶନ କରିଥିଲେ।

ତିର୍ତ୍ତୋଲରେ ଦିବଙ୍ଗତ ବିଧାୟକ ବିଷ୍ଣୁ ଦାସଙ୍କୁ ଗାର୍ଡ଼ ଅଫ ଅନର

ପୂର୍ବାହ୍ନ 11.45 ମିନିଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆକୁ ନିଆଯାଇ ସେଠାରେ ତାଙ୍କୁ ଗାର୍ଡ଼ ଅଫ ଅନର ଦିଆଯାଇଥିଲା। ଏଥିରେ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଯୋଗାଣ ବିଭାଗ ମନ୍ତ୍ରୀ ରାଜା ସ୍ବାଇଁ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ, ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର, ଏସପି ଆର ପ୍ରକାଶ ପ୍ରମୁଖ ଉପସ୍ଥିତ ରହିଥିଲେ।

ଗାର୍ଡ଼ ଅଫ ଅନର ପରେ ତାଙ୍କୁ ନିଜ ଗାଁ ମୁକୁନ୍ଦପୁର ନିଆଯାଇ ସେଠାରୁ ପୁରୀ ସ୍ବର୍ଗଦ୍ବାର ଅଭିମୁଖେ ନିଆଯାଇଛି। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ଲୋକେ କହିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Jul 7, 2020, 2:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.