ଜଗତସିଂହପୁର: ତାଲା ଭାଙ୍ଗି ଦରଘା ଭିତରୁ ଦାନ ବାକ୍ସ ଲୁଟିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଜଗତସିଂହପୁର ସହରର କୋର୍ଟ ଛକ ନିକଟରେ ଥିବା ମୁସଲମାନଙ୍କ ଆରାଧନା ସ୍ଥଳ ଦରଘାରେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କୋର୍ଟଛକ ନିକଟରେ ଥିବା ଦରଘାରେ ପୂଜକ ପୂଜାର୍ଚ୍ଚନା ସାରି ତାଲା ପକାଇ ଘରକୁ ପଳାଇଥିଲେ ।
ହେଲେ ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ଦରଘାର ମୁଖ୍ୟ ଦ୍ବାରର କବାଟ ଭାଙ୍ଗି ଭିତରକୁ ପଶିବା ସହ ଦାନବାକ୍ସ ଭିତରୁ ଲକ୍ଷାଧିକ ଟଙ୍କା ଓ ଆସବାବପତ୍ର ଲୁଟି ନେଇଥିଲେ । ଆଜି ସକାଳୁ ପୂଜକ ଏହାଦେଖି ଦରଘା କମିଟିକୁ ଖବର ଦେଇଥିଲେ। ଖବରପାଇ ଦରଘା କମିଟି ଏବଂ ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ