ETV Bharat / state

ମହିଳା କନେଷ୍ଟବଳଙ୍କ ସଚ୍ଚୋଟତା, ଥାନାରେ ଜିମା ଦେଲେ ହଜିଥିବା 12 ହଜାର ଟଙ୍କା - ମହିଳା କନେଷ୍ଟବଳ ରେସ୍ମା ସାହାଣୀ

ଆଜିକାଲିର ସମୟରେ ଆପେ ବଞ୍ଚିଲେ ବାପାର ନାଁ ନୀତି ଚାଲିଥିବା ବେଳେ ସଚ୍ଚୋଟତାର ନଜିର ଖୁବ କମ୍‌ ଦେଖିବାକୁ ମିଳୁଛି । ଏମିତିରେ ନିଜ ସଚ୍ଚୋଟପଣିଆର ଉଦାହରଣ ଦେଇ ପ୍ରଶଂସାର ପାତ୍ର ପାଲଟିଛନ୍ତି ଜଗତସିଂହପୁର ସଦର ଥାନାରେ କାର୍ଯ୍ୟରତ ମହିଳା କନେଷ୍ଟବଳ ରେସ୍ମା ସାହାଣୀ ।

jagatsinghpur latest news, lady constable's honesty in jagatsinghpur, lady constable reshma sahani, ଜଗତସିଂହପୁର ଲାଟେଷ୍ଟ ନ୍ୟୁଜ୍‌, ଜଗତସିଂହପୁରରେ ମହିଳା କନେଷ୍ଟବଳଙ୍କ ସଚ୍ଚୋଟତା, ମହିଳା କନେଷ୍ଟବଳ ରେସ୍ମା ସାହାଣୀ, ଜଗତସିଂହପୁରରେ ଲେଡି କନେଷ୍ଟବଳଙ୍କ ସାଧୁତା
ମହିଳ କନେଷ୍ଟବଳଙ୍କ ସଚ୍ଚୋଟତା, ଥାନାରେ ଜିମା ଦେଲେ ହଜିଥିବା 12 ହଜାର ଟଙ୍କା
author img

By

Published : Jul 11, 2020, 9:17 PM IST

ଜଗତସିଂହପୁର: ଆଜିକାଲିର ସମୟରେ ଆପେ ବଞ୍ଚିଲେ ବାପାର ନାଁ ନୀତି ଚାଲିଥିବା ବେଳେ ସଚ୍ଚୋଟତାର ନଜିର ଖୁବ କମ୍‌ ଦେଖିବାକୁ ମିଳୁଛି । ଏମିତିରେ ନିଜ ସଚ୍ଚୋଟପଣିଆର ଉଦାହରଣ ଦେଇ ପ୍ରଶଂସାର ପାତ୍ର ପାଲଟିଛନ୍ତି ଜଗତସିଂହପୁର ସଦର ଥାନାରେ କାର୍ଯ୍ୟରତ ମହିଳା କନେଷ୍ଟବଳ ରେସ୍ମା ସାହାଣୀ । ସେ ଡ୍ୟୁଟିରେ ଥିବା ସମୟରେ ସ୍ଥାନୀୟ ବାଳିକା ବିଦ୍ୟାଳୟ ସାମ୍ନାରୁ ଏକ ପର୍ସ ପାଇଥିଲେ ।

ସେଥିରୁ ସେ 12ହଜାର ଟଙ୍କା ପାଇଥିବା ବେଳେ ଏନେଇ ସେ ତୁରନ୍ତ ଥାନା ଅଧିକାରୀଙ୍କୁ ଅବଗତ କରାଇଥିଲେ । ସେପଟେ ଖବର ପାଇ ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ଏ ସମ୍ପର୍କରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହ ଯାହାର ଏହି ଅର୍ଥରାଶି ସେ ଥାନାକୁ ଆସି ତୁରନ୍ତ ଅର୍ଥ ସଂଗ୍ରହ କରିବାକୁ ସେ ଅନୁରୋଧ କରିଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.