ETV Bharat / state

IOCL ଶ୍ରମିକଙ୍କ ଆନ୍ଦୋଳନର ଦ୍ବିତୀୟ ଦିନ, ଗୋଲାପ ଦେଇ ଶ୍ରମିକଙ୍କ ଅଭିନବ ପ୍ରତିବାଦ - ପାରାଦ୍ବୀପ IOCL ତୈଳ ବିଶୋଧନାଗାର

ଦ୍ବିତୀୟ ଦିନରେ IOCL (Indian Oil Corporation Limited) ତୈଳ ବିଶୋଧନାଗାର ସମ୍ମୁଖରେ ଶ୍ରମିକଙ୍କ ଆନ୍ଦୋଳନ । ଅଭିନବ ଉପାୟରେ କମ୍ପାନୀ କର୍ମଚାରୀଙ୍କୁ ଗୋଲାପ ଫୁଲ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶ୍ରମିକ । ଅଧିକ ପଢ଼ନ୍ତୁ

IOCL କର୍ତ୍ତୃପକ୍ଷ ଓ ଶ୍ରମିକଙ୍କ ମଧ୍ୟରେ ଆଲୋଚନା ଜାରି, ଗୋଲାପ ଦେଇ ଅଭିନବ ପ୍ରତିବାଦ କଲେ ଶ୍ରମିକ

author img

By

Published : Dec 7, 2022, 10:49 PM IST

ପାରାଦ୍ବୀପ: IOCL ତୈଳ ବିଶୋଧନାଗାର ସମ୍ମୁଖରେ ଶ୍ରମିକଙ୍କ ଆନ୍ଦୋଳନ ଦ୍ବିତୀୟ ଦିନରେ ପହଞ୍ଚିଛି । ତେବେ ଆଜି ଶ୍ରମିକମାନେ ଅଭିନବ ଉପାୟରେ କମ୍ପାନୀ କର୍ମଚାରୀଙ୍କୁ ଗୋଲାପ ଫୁଲ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ।

IOCL କର୍ତ୍ତୃପକ୍ଷ ଓ ଶ୍ରମିକଙ୍କ ମଧ୍ୟରେ ଆଲୋଚନା ଜାରି, ଗୋଲାପ ଦେଇ ଅଭିନବ ପ୍ରତିବାଦ କଲେ ଶ୍ରମିକ

୧୭ ଦଫା ସମ୍ବଳିତ ଦାବିକୁ ନେଇ IOCL (Indian Oil Corporation Limited)ରେ ଆନ୍ଦୋଳନ ଜୋରଦାର ହୋଇଛି । ଫଳରେ ତୈଳ ବିଶୋଧନାଗାରରେ କାର୍ଯ୍ୟ ଗୁରୁତର ପ୍ରଭାବିତ ହୋଇଛି । ତୈଳ ବିଶୋଧନାଗାରର କର୍ତ୍ତୃପକ୍ଷ ଆଜି (ବୁଧବାର) ସନ୍ଧ୍ୟାରେ କର୍ମଚାରୀମାନଙ୍କ ସହ ଆଲୋଚନାକୁ ଆସିଛନ୍ତି । କର୍ମଚାରୀଙ୍କ ଅଭିଯୋଗ ମୁତାବକ ଦୀର୍ଘ ଦିନ ଧରି ଶ୍ରମିକ ମାନଙ୍କ ଦାବିକୁ ଅଣଦେଖା କରାଯାଇଛି । ଏହାର ସ୍ଥାୟୀ ସମାଧାନ ପାଇଁ ଦାବି କରାଯାଇଛି ।

୧୭ ଦଫା ଦାବି ମଧ୍ୟରେ କମ୍ପାନୀରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ବର୍ଦ୍ଧିତ ଦରମା, ଭବିଷ୍ୟନିଧି ପାଣ୍ଠି ପ୍ରଦାନ, କମ୍ପାନୀ ପରିସରରେ କ୍ୟାଣ୍ଟିନ ସୁବିଧା, ବିଶ୍ରାମାଗାର, ମାସର ନିର୍ଦ୍ଧାରିତ ସମୟରେ ଦରମା ପ୍ରଦାନ, କମ୍ପାନୀର ଚୁକ୍ତି ସମୟ ସରିବା ପୂର୍ବରୁ ଟେଣ୍ଡର ପ୍ରକ୍ରିୟା ଆଦି ୧୭ ଦଫା ସମ୍ବଳିତ ଦାବି କରାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.