ETV Bharat / state

ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଧସ୍ତାଧସ୍ତି ମଧ୍ୟରେ ଢ଼ିଙ୍କିଆରେ ଶେଷହେଲା ଜନଶୁଣାଣି - ଢ଼ିଙ୍କିଆ ଜିନ୍ଦଲ ପ୍ରକଳ୍ପ ଜନଶୁଣାଣୀ

ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆରେ ଆଜି ହୋହାଲ୍ଲା ଭିତରେ ଜନ ଶୁଣାଣି ଶେଷ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୫ ଜାଣିଆ କମିଟି ଦୀର୍ଘ ୩ଘଣ୍ଟା କାଳ ସ୍ଥାନୀୟ ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଅଧିକ ପଢନ୍ତୁ

JSW Project: Clashes broke out in Dhinkia between protesters and supporters during public hearing
ଢ଼ିଙ୍କିଆରେ ଜନଶୁଣାଣୀ, ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଧସ୍ତାଧସ୍ତି
author img

By

Published : Mar 5, 2022, 8:34 PM IST

ଜଗତସିଂହପୁର: ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆରେ ଆଜି ହୋହାଲ୍ଲା ଭିତରେ ଜନ ଶୁଣାଣି ଶେଷ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୫ ଜାଣିଆ କମିଟି ଦୀର୍ଘ ୩ଘଣ୍ଟା କାଳ ସ୍ଥାନୀୟ ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ତେବେ ଜନ ଶୁଣାଣୀ ସମୟରେ ପ୍ରକଳ୍ପ ସପକ୍ଷବାଦୀଙ୍କୁ ପ୍ରଶାସନ ପକ୍ଷରୁ ଛଡା ଯାଇଥିବା ବେଳେ ଶିଳ୍ପକୁ ବିରୋଧ କରୁଥିବା ଲୋକଙ୍କୁ ଜନ ଶୁଣାଣୀ ସ୍ଥାନକୁ ଛଡା ଯାଇନଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ହୋହାଲ୍ଲା ଓ ଧସ୍ତାଧସ୍ତି ହୋଇଥିଲା। ତେବେ ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ଢ଼ିଙ୍କିଆରେ ଜନଶୁଣାଣୀ, ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଧସ୍ତାଧସ୍ତି

ଜିଲ୍ଲାପାଳ ଜଗତସିଂହପୁର ଓ ଏସପି ଜନ ଶୁଣାଣିର ରିପୋର୍ଟ ଓଡ଼ିଶା ହାଇକୋର୍ଟଙ୍କ ପାଖରେ ଦାଖଲ କରିବା ସହ ୫ଜଣିଆ କମିଟି ମଧ୍ୟ ତାଙ୍କର ରିପୋର୍ଟ ପ୍ରଦାନ କରିବେ। ସୂଚନାଯୋଗ୍ୟ ଯେ ଗତ ଜାନୁଆରୀ ୧୪ ତାରିଖରେ ପ୍ରସ୍ତାବିତ JSW ପ୍ରକଳ୍ପ ଅଞ୍ଚଳରେ ପୋଲିସ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଶତାଧିକ ଗ୍ରାମବାସୀ ଆହତ ହୋଇଥିଲେ ।

ପୋସ୍କୋ-ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତିର ମୁଖ୍ୟ ଦେବେନ୍ଦ୍ର ସ୍ବାଇଁଙ୍କ ସମେତ ୫ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ଏକାଧିକ ମାମଲା ଓଡିଶା ହାଇକୋର୍ଟରେ ପହଁଚିବା ପରେ କୋର୍ଟ ୫ ଜଣିଆ କମିଟି ଗଠନ କରି ଅଞ୍ଚଳ ଗସ୍ତ କରିବା ସହ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ହାଇକୋର୍ଟଙ୍କ ଦ୍ବାରା ଗଠିତ କମିଟି ପ୍ରଥମ ଥର ଗସ୍ତ କରିବା ସମୟରେ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ମାର୍‌ପିଟ ହୋଇଥିଲା । ପରେ ହାଇକୋର୍ଟ, ସ୍ଥାନୀୟ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନ ଶୁଣାଣୀ କରିବାକୁ ନିର୍ଦ୍ଦେଶ ଦେବା ସହିତ ରିପୋର୍ଟ ଦେବାକୁ କହିଥିଲେ। ଆଜି ୫ ଜଣିଆ କମିଟି ଢିଙ୍କିଆ ଅଞ୍ଚଳ ଗସ୍ତ କରିବା ସହ ଲୋକଙ୍କ ମତାମତ ସଂଗ୍ରହ କରିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.