ଜଗତସିଂହପୁର: ଜିଲ୍ଲାର ପାରାଦ୍ୱୀପରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ମିଳିତ ସମରାଭ୍ୟାସ (ସାଗର ଭିଜିଲ)। ଆତଙ୍କବାଦୀଙ୍କ 26/11 ମୁମ୍ବାଇ ଆକ୍ରମଣ ପରେ ଓଡିଶା ଉପକୂଳରେ ବର୍ଷକୁ 2ଥର ମିଳିତ ସମରାଭ୍ୟାସ କରାଯାଉଛି। ଏହାକୁ ନେଇ ଆଜିଠାରୁ ପାରାଦୀପ ସମୁଦ୍ର ମଧ୍ୟରେ 'ସାଗର ଭିଜିଲ' ଆରମ୍ଭ କରାଯାଇଛି।
ଏହି ଦୁଇ ଦିନିଆ ସମରାଭ୍ୟାସରେ ଭାରତୀୟ ତଟରଖି ବାହିନୀ, ସିଆଇଏସଏଫ, ସାମୁଦ୍ରିକ ପୋଲିସ, କଷ୍ଟମ ବିଭାଗ, ମସ୍ୟ ବିଭାଗ, ପାରାଦ୍ୱୀପ ବନ୍ଦର ଓ ଅନ୍ୟ ସୁରକ୍ଷା କର୍ମଚାରୀ ମାନେ ଭାଗ ନେବେ। ଏହାକୁ ନେଇ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବେବସ୍ଥା କରାଯାଇଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ