ଜଗତସିଂହପୁର: ରୋଡ ରୋମିଓକୁ ଉଠାଇ ନେଲା ପୋଲିସ । ଯୁବତୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡିଲା ମହଙ୍ଗା । ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ଏକାଧିକ ଯୁବତୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା ।
ସୂଚନାଯୋଗ୍ୟ ବୁଧବାର ସନ୍ଧ୍ୟାରେ ଜଗତସିଂହପୁରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ଜନୈକ ଯୁବତୀ ଜଣକ ଘରକୁ ଫେରୁଥିବା ସମୟରେ ରୋଡ ରୋମିଓର ଶିକାର ହୋଇଥିଲେ। ଜଗତସିଂହପୁରର ବୋରିକିନା ଅଞ୍ଚଳରେ ରୋଡ ରୋମିଓ ଦେବେନ୍ଦ୍ର ବେହେରା ତାଙ୍କୁ ଅଶ୍ଲୀଳ ଇଙ୍ଗିତ କରିଥିଲେ । ଏହି ଘଟଣାକୁ ନେଇ ଯୁବତୀ ଜଣକ ରୋଡ ରୋମିଓକୁ ମାଡ ମାରିବା ସହ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଜଗତସିଂହପୁର ପୋଲିସ ଲାଲାସାହି ଅଞ୍ଚଳରୁ ଦେବେନ୍ଦ୍ରକୁ କାବୁ କରି ଥାନାରେ ଅଟକ ରଖିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ