ETV Bharat / state

ଜଗତସିଂହପୁର ପୋଲିସ କବଜାରେ ପାଠୁଆ ଏଟିଏମ୍ ଲୁଟେରା

ଜଗତସିଂହପୁର ସଦରଥାନା ପୋଲିସ ପଞ୍ଝାରେ 2ଜଣ ଏଟିଏମ ଲୁଟେରା । ଜଗତସିଂହପୁର ସଦରଥାନା ଅନ୍ତର୍ଗତ ଦୁର୍ଗା ବଜାରରେ ଥିବା ଇଣ୍ଡିଆନ ବ୍ୟାଙ୍କର ଏଟିଏମ ଲୁଟ ଉଦ୍ୟମ ଘଟଣାରେ ଏହି ଅଭିଯୁକ୍ତ ସଂପୃକ୍ତ ରହିଥିଲେ । ଅଧିକ ପଢ଼ନ୍ତୁ...

ଜଗତସିଂହପୁର ପୋଲିସ କବଜାରେ ପାଠୁଆ ଏଟିଏମ ଲୁଟେରା

author img

By

Published : Apr 20, 2021, 8:15 PM IST

ଜଗତସିଂହପୁର: ଜଗତସିଂହପୁର ସଦରଥାନା ପୋଲିସ ପଞ୍ଝାରେ 2ଜଣ ଏଟିଏମ ଲୁଟେରା । ଜଗତସିଂହପୁର ସଦରଥାନା ଅନ୍ତର୍ଗତ ଦୁର୍ଗା ବଜାରରେ ଥିବା ଇଣ୍ଡିଆନ ବ୍ୟାଙ୍କର ଏଟିଏମ ଲୁଟ ଉଦ୍ୟମ ଘଟଣାରେ ଏହି ଅଭିଯୁକ୍ତ ସଂପୃକ୍ତ ରହିଥିଲେ । ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସଦରଥାନା ପୋଲିସ ସୂଚନା ଦେଇଛି । ଗିରଫ ହୋଇଥିବା ଦୁଇ ଅଭିଯୁ୍କ୍ତ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଂଚଳର ରାକେଶ ନାୟକ ଓ ସାହିଦ ଖାଁ । ଦୁହିଁଙ୍କ ବୟସ ଯଥାକ୍ରମେ 23 ଓ 20 ବର୍ଷ ବୋଲି ଜଣାପଡ଼ିଛି ।

ଜଗତସିଂହପୁର ପୋଲିସ କବଜାରେ ପାଠୁଆ ଏଟିଏମ ଲୁଟେରା

ଦୁଇ ଅଭିଯୁକ୍ତ ଗତ ରବିବାର ଦିନ ବିଳମ୍ବିତ ରାତିରେ ଦୁର୍ଗା ବଜାର ନିକଟ ଏଟିଏମରୁ ଲୁଟ ଉଦ୍ୟମ କରିଥିଲେ । ଏକ ଷ୍ଟିଲ ରଡ଼ ସାହଯ୍ୟରେ ଏଟିଏମ ଭାଙ୍ଗି ଦେଇଥିଲେ । ତେବେ ଏମାନେ ଲୁଟ କରିବାରେ ସଫଳ ହୋଇ ପାରିନଥିଲେ । ଏହାକୁ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଲୁଟ ଉଦ୍ୟମ କରିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ଗ୍ରାଜୁଏଟ ହୋଇଥିବାବେଳେ ଅନ୍ୟଜଣେ ବାଲିକୁଦା ମହାବିଦ୍ୟାଳୟର +3ର ଛାତ୍ର ବୋଲି ପୋଲିସ କହିଛି । ଅଭିଯୁକ୍ତଙ୍କ ନିକଟରୁ ଏକ ବଜାଜ ବକ୍ସର ବାଇକ, ଏକ ମୋବାଇଲ ଫୋନ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.