ETV Bharat / state

ଓକିଲ ସଂଘ ନିର୍ବାଚନ: ଜଗତସିଂହପୁର ଓ କେନ୍ଦୁଝରରେ କିଏ ଜିତିଲା କିଏ ହାରିଲା - ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାର ଓକିଲ ସଂଘର ନିର୍ବାଚନ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସାରା ଦେଶରେ ଗୋଟିଏ ଦିନରେ ସମସ୍ତ ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହେଉଛି । ଏହିକ୍ରମରେ ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେବା ସହ ଆଜି ରେଜଲ୍ଟ ପ୍ରକାଶ ପାଇଛି । କିଏ କିଏ ନିର୍ବାଚନ ଜିତି ପଦ ହାତେଇଛନ୍ତି ଜାଣିବା ପାଇଁ ଅଧିକ ପଢ଼ନ୍ତୁ

ଜଗତସିଂହପୁର ବାର ଆସୋସିଏସନ ଇଲେକ୍ସନ ରେଜଲ୍ଟ
ବାର ଆସୋସିଏସନ ଇଲେକ୍ସନ ରେଜଲ୍ଟ
author img

By

Published : Mar 25, 2023, 9:58 PM IST

ଜଗତସିଂହପୁର ବାର ଆସୋସିଏସନ ଇଲେକ୍ସନ ରେଜଲ୍ଟ

ଜଗତସିଂହପୁର/କେନ୍ଦୁଝର: ସାରା ଦେଶର ବିଭିନ୍ନ ଓକିଲ ସଂଘର ନିର୍ଵାଚନ ଅନୁଷ୍ଠିତ ହୋଇଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗୋଟିଏ ଦିନରେ ସମସ୍ତ ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହେଉଛି । ଏହିକ୍ରମରେ ଜଗତସିଂହପୁର ଜିଲ୍ଲାର ବାର ଆସୋସିଏସନ ପକ୍ଷରୁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବାର ଆସୋସିଏସନର ସଭାପତି ଭାବେ ଦେବେନ୍ଦ୍ର ସ୍ୱାଇଁ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭବେ ନରେଶ ଚନ୍ଦ୍ର ଦାସ ଓ କୋଷାଧ୍ୟକ୍ଷ ଭାବେ ଦୁର୍ଯ୍ୟୋଧନ ରାଉତ ବିଜୟୀ ହୋଇଛନ୍ତି । ବାର ଆସୋସିଏସନ ସଭାପତିଙ୍କ ପଦ ପାଇଁ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହୋଇଥିଲା । ସଭାପତି ପଦ ପାଇଁ ଆଇନଜୀବୀ ଦୀପକ ନାୟକ ଓ ସୁରେନ୍ଦ୍ର ନାଥ ମିଶ୍ର ପ୍ରତିଦ୍ବନ୍ଦିତା କରିଥିଲେ । ତେବେ 30 ଖଣ୍ଡଭୋଟ ଅଧିକ ପାଇ ଦେବେନ୍ଦ୍ର ସ୍ୱାଇଁ ବିଜୟୀ ହୋଇଥିଲେ ।

ଅନ୍ୟପଟେ କେନ୍ଦୁଝର ଜିଲ୍ଲାର ଓକିଲ ସଂଘର ମଧ୍ୟ ନିର୍ଵାଚନ ଅନୁଷ୍ଠିତ ହୋଇଥିଲା । ଗୋଟିଏ ସଭାପତି, ସମ୍ପାଦକ, ଉପସଭାପତି ସହ ଦୁଇଟି ସହ ସମ୍ପାଦକ ଓ ପାଞ୍ଚ ଜଣ କାର୍ଯ୍ୟକାରୀ ସଦସ୍ୟଙ୍କ ନିର୍ଵାଚନ ଅନୁଷ୍ଠିତ ହୋଇଥିଲା । ଆଜିର ଏହି ନିର୍ଵାଚନରେ ଆଶିଷ ଚକ୍ରବର୍ତ୍ତୀ ନିକଟତମ ପ୍ରତିଦ୍ୱନ୍ଦୀ ପ୍ରଦୀପ୍ତ ମିଶ୍ରଙ୍କୁ ୭୬ ଖଣ୍ଡ ଭୋଟ ବ୍ୟବଧାନରେ ହରାଇ ସଭାପତି ପଦ ହାତେଇଛନ୍ତି । ଆଶିଷ ଏହି ସଭାପତି ପଦ ତୃତୀୟ ଥର ପାଇଁ ହାତେଇବାରେ ସଫଳ ହୋଇଛନ୍ତି । ସେହିପରି ବହୁ ପ୍ରତୀକ୍ଷିତ ସମ୍ପାଦକ ପଦ ପାଇଁ ସଞ୍ଜିତ ଦାସ ଓ ଅକ୍ଷୟ ଜେନାଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିବା ବେଳେ ସଞ୍ଜିତ ୨୫ ଖଣ୍ଡ ଭୋଟ ବ୍ୟବଧାନରେ ଅକ୍ଷୟଙ୍କୁ ହରାଇ ପ୍ରଥମଥର ପାଇଁ ସମ୍ପାଦକ ପଦ ହାତେଇବାରେ ସଫଳ ହୋଇଛନ୍ତି ।

ତିନିଥର ସମ୍ପାଦକ ଥିବା ଆଲୋକ ମହାନ୍ତ ଚଳିତ ବର୍ଷ ଉପସଭାପତି ପଦ ପାଇଁ ନିର୍ଵାଚନ ମୈଦାନକୁ ଓହ୍ଲାଇ ଥିବା ବେଳେ ସେ ନିକଟତମ ପ୍ରତିଦ୍ୱନ୍ଦୀ ବିନିତା ଦାସଙ୍କୁ ୧୧୬ ଖଣ୍ଡ ଭୋଟ ବ୍ୟବଧାନରେହାତେଇବାରେ ସଫଳ ହୋଇଛନ୍ତି । ସେହିପରି ସହ ସମ୍ପାଦକ ପଦ ଅପ୍ରତିଦ୍ୱନ୍ଦୀ ଭାବେ ଦୁର୍ଗା ପ୍ରସାଦ ମହାନ୍ତି ଓ ବିଶ୍ୱରଞ୍ଜନ ସାହୁ ଜିତିଛନ୍ତି । ଜିତିବା ପରେ ସମର୍ଥକମାନେ ଖୁସିର ସହ ମିଷ୍ଟାନ୍ନ ବଣ୍ଟନ କରି ଖୁସି ବ୍ୟକ୍ତ କରିଥିଲେ । ତେବେ ଆଜି ସମସ୍ତ କୋର୍ଟ ପରିସରରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପୂର୍ବାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବା ପରେ ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାୟ ସବୁଠି ସଂନ୍ଧ୍ୟା 7ଟା ସୁଦ୍ଧା ଓକିଲ ସଂଘ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି ।

ଇଟିଭି ଭାରତ, ଜଗତସିଂହପୁର/ କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.