ଜଗତସିଂହପୁର: କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ । ମଙ୍ଗଳବାର ରାତି 12 ଠାରୁ 27 ତାରିଖ ପର୍ଯ୍ୟନ୍ତ ଅର୍ଥାତ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ କୋର୍ଟ ପରିସର କଟକଣାରେ ରହିବ ।
କୋର୍ଟ କମ୍ପ୍ଲେକ୍ସରୁ 10 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଘୋଷଣା କରାଯାଇଛି। ଜିଲ୍ଲା କୋର୍ଟ କମ୍ପ୍ଲେକ୍ସକୁ ସାନିଟାଇଜ କରାଯିବା ସହ କଣ୍ଟାକ୍ସ ଟ୍ରେସିଂ ପାଇଁ ଚର୍ଚିକା ବଜାର-ଚାନ୍ଦୁରା ବଜାରକୁ ସଂଯୋଗ କରୁଥିବା କୋର୍ଟ ରାସ୍ତାକୁ ସିଲ କରାଯାଇଛି ।
ଏହି ଅଞ୍ଚଳ ମଧ୍ୟରେ ଆସୁଥିବା ସମସ୍ତ ସରକାରୀ ଓ ବେସରକାରୀ ଅଫିସ ଗୁଡିକୁ ବନ୍ଦ କରିଦିଆଯାଇଛି । ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ଜିଲ୍ଲା କୋର୍ଟର ସମସ୍ତ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏଥିସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କୋର୍ଟ ଆସୁଥିବା ଲୋକଙ୍କୁ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ନ ଆସିବାକୁ ଅନୁରୋଧ କରାଯାଇଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ