ETV Bharat / state

ମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସରପଞ୍ଚଙ୍କୁ ମନା, ତାତିଲେ ଲୋକେ ଭାଙ୍ଗିଲେ ଫଳକ

author img

By ETV Bharat Odisha Team

Published : Oct 1, 2023, 10:44 PM IST

ଉଦଘାଟନ ପୂର୍ବରୁ ଭାଙ୍ଗିଲା ନାମ ଫଳକ । ରାଜନୈତିକ ବିବାଦ କାରଣରୁ ଏଭଳି ଘଟଣା ଘଟିଥିବା ଅନୁମାନ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ

ମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସରପଞ୍ଚଙ୍କୁ ମନା
ମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସରପଞ୍ଚଙ୍କୁ ମନା
ମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସରପଞ୍ଚଙ୍କୁ ମନା

ଜଗତସିଂହପୁର: ଉଦଘାଟନ ପୂର୍ବରୁ ଭାଙ୍ଗିଲା ନାମ ଫଳକ । ରାଜନୈତିକ ବିବାଦ କାରଣରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମଣ୍ଡସାହି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ।

ସୂଚନା ଅନୁସାରେ, ମଣ୍ଡାସାହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କ୍ୱାର୍ଟର ନିର୍ମାଣ ଓ ବହିଃ ବିଭାଗ କୋଠା ନିର୍ମାଣ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ୬ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଥିଲା । ତେବେ ଏହି ନିର୍ମାଣ କର୍ଯ୍ୟକୁ ଆଜି (ରବିବାର) ସ୍ଵାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । କିନ୍ତୁ ଶିଳାନ୍ୟାସ ଫଳକରେ ସ୍ଥାନୀୟ ସରପଞ୍ଚ ପୁଷ୍ପଲତା ଦାସଙ୍କ ନାମ ନଥିବାରୁ ଏନେଇ ବିବାଦ ଦେଖା ଦେଇଥିଲା । ତେବେ ଏହାକୁ ବିରୋଧ କରି ସରପଞ୍ଚଙ୍କ ସମର୍ଥକମାନେ ଉଦଘାଟନ ପୂର୍ବରୁ ଶିଳାନ୍ୟାସ ଫଳକକୁ ଭାଙ୍ଗି ଦେଇଥିଲେ । ଯାହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ... ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ଫଳକ ଭାଙ୍ଗିବାକୁ ବିଜେପିର ନିନ୍ଦା

ସେପଟେ ଏସମ୍ପର୍କରେ ସରପଞ୍ଚଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ସରପଞ୍ଚଙ୍କ ପ୍ରତିନିଧି କହିଛନ୍ତି ଯେ, ମଣ୍ଡାସାହି ପଞ୍ଚାୟତରେ ଜଣେ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଫଳକରେ ସରପଞ୍ଚଙ୍କ ନାମ ରଖାଯାଇନାହିଁ । ଜଣେ ନିର୍ବାଚିତ ସରପଞ୍ଚଙ୍କ ନାମକୁ ଉଦ୍ଦେଶ୍ୟ ମୂଳକ ଭାବରେ ରଖାଯାଇ ନଥିବା ଅଭିଯୋଗ କରିଛନ୍ତି । ତେବେ ପୁଷ୍ପଲତା କଂଗ୍ରେସ ସମର୍ଥିତ ସରପଞ୍ଚ ହୋଇ ଥିବାରୁ ତାଙ୍କୁ ଜାଣିଶୁଣି ଅଣଦେଖା କରାଯାଇଛି। ଜଣେ ନିର୍ବାଚିତ ପ୍ରତିନିଧିକୁ ଯେପରି ଅଣଦେଖା କରାଯାଉଛି ତାହା ଗଣତନ୍ତ୍ରର ସୁସ୍ଥ ପରମ୍ପରା ନୁହେଁ । ଏଥିରେ ଗଣତନ୍ତ୍ରକୁ ହତ୍ୟା କରାଯାଉଥିବା ସରପଞ୍ଚ ପ୍ରତିନିଧି କହିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ...ଜଟଣୀରେ ଫଳକ ବିବାଦ: ନାହିଁ ବିଧାୟକ ସୁର ରାଉତରାୟଙ୍କ ନାଁ, ପୂର୍ବତନ ବିଧାୟକଙ୍କ ନାଁରେ କାଳି ବୋଳି ପ୍ରତିବା

ତେବେ ଫଳକ ଭଙ୍ଗାଯିବା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ପୁନର୍ବାର ନୂତନ ଫଳକ ଲଗାଯାଇଛି । ନୂତନ ଫଳକରେ ସ୍ଥାନୀୟ ସରପଞ୍ଚ ପୁଷ୍ପାଲାତା ଦାସଙ୍କ ନାମ ରହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଫଳକ ଭଙ୍ଗା ଘଟଣାକୁ ନେଇ ମଣ୍ଡାସାହି ପଞ୍ଚାୟତରେ ରାଜନୈତିକ ବାତାବରଣ ସରଗରମ ହୋଇଛି । ତେବେ ଏହି ଉଦଘାଟନୀ ଉତ୍ସବରେ ଯୋଗଦେଇ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି "ମଣ୍ଡାସାହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ମୁଁ ବହୁତ ଖୁସି ଅଛି। ଜଗତସିଂହପୁର ଲୋକଙ୍କ ଠାରି ସୁନ୍ଦର ବ୍ୟବହାର ପାଇଛି । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଯୋଡି ହେବ।"

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.