ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ବୀପରେ ଥିବା IFCO କମ୍ପାନୀ ପକ୍ଷରୁ ପୁରୀ ଗୋବର୍ଦ୍ଧନ ପୀଠରେ ଥିବା ଗୋସାଳାକୁ 50 କୁଇଣ୍ଟାଲ ଗୋଖାଦ୍ୟ ଦିଆଯାଇଛି । ପୁରୀ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପୀଠରେ ପ୍ରାୟ 400ରୁ ଅଧିକ ଗାଈ ରହିଛନ୍ତି । ତେବେ ସେମାନଙ୍କ ପାଇଁ ଇଫ୍କୋ ମଙ୍ଗଳବାର ଏହି ଗୋଖାଦ୍ୟ ପଠାଇଥିବା ସୂଚନା ମିଳିଛି ।
ଇଫକୋ କମ୍ପାନୀ ଗୋଖାଦ୍ୟ ଯୋଗାଇବା ସହିତ ଗୋବର୍ଦ୍ଧନ ପୀଠରେ ଗୋ ସେବା କରୁଥିବା 50ରୁ ଅଧିକ କର୍ମଚାରୀଙ୍କ ପାଇଁ କୋଭିଡ କିଟ ମଧ୍ୟ କମ୍ପାନୀ ପ୍ରଦାନ କରିଛି । ଏହି କାର୍ଯ୍ୟକ୍ରମରେ IFCOର ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ବେଉରା, ଗୋବର୍ଦ୍ଧନ ପୀଠର ରାଷ୍ଟ୍ରୀୟ ସମ୍ପାଦକ ମାତୃ ପ୍ରସାଦ ମିଶ୍ର, ରାଜ୍ୟ ସମ୍ପାଦକ ଲିଙ୍ଗରାଜ ପତି, ଅଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ