ETV Bharat / state

ଢିଙ୍କିଆରେ ଜନଶୁଣାଣି ବେଳେ ମାରପିଟ୍ ମାମଲା, SPଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ - ଜଗତସିଂହପୁର ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ

ଢ଼ିଙ୍କିଆ ଅଞ୍ଚଳରେ ଜନଶୁଣାଣି ବେଳେ ମାରପିଟ୍ ମାମଲା । ଜଗତସିଂହପୁର ଏସପିଙ୍କୁ ରିପୋର୍ଟ ତଲବ କଲେ ହାଇକୋର୍ଟ । ପୋଲିସ ଉପସ୍ଥିତରେ କଣ ପାଇଁ ମାରପିଟ୍ ଘଟିଲା ତାହାର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଢିଙ୍କିଆରେ ଜନଶୁଣାଣି ବେଳେ ମାରପିଟ୍ ମାମଲା, ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ

author img

By

Published : Mar 12, 2022, 7:30 AM IST

ଜଗତସିଂହପୁର: ଢିଙ୍କିଆ ଅଞ୍ଚଳରେ ଜନଶୁଣାଣି ବେଳେ ମାରପିଟ୍ ମାମଲା । ଘଟଣାରେ ଜଗତସିଂହପୁର ଏସପିଙ୍କୁ ରିପୋର୍ଟ ତଲବ କରିଛନ୍ତି ଓଡିଶା ହାଇକୋର୍ଟ । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଢିଙ୍କିଆରେ ଯେଉଁମାନେ କମିଟି ଆଗରେ ନିଜର ମତ ରଖି ପାରିନାହାଁନ୍ତି ସେମାନେ ପିଟିସନ ମାଧ୍ୟମରେ ତାହା ଜଣାଇ ପାରିବେ । JSW ପ୍ରକଳ୍ପକୁ ନେଇ ହୋଇଥିବା ମାମଲାରେ ଜଗତସିଂହପୁର ପୋଲିସ କେତେ ଜଣଙ୍କୁ ଗିରଫ କରିଛି ଓ କେଉଁ ମାମଲା ଆଧାରରେ ସେମାନଙ୍କୁ ଗିରଫ କରାଯାଇଛି ତାହା କୋର୍ଟଙ୍କୁ ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଢିଙ୍କିଆରେ ଜନଶୁଣାଣି ବେଳେ ମାରପିଟ୍ ମାମଲା, ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ

ପ୍ରକାଶଥାଉ କି, ହାଇକୋର୍ଟଙ୍କ ଦ୍ଵାରା ଗଠିତ 5 ଜଣିଆ କମିଟି ଢିଙ୍କିଆ ଗସ୍ତ କରିବା ସମୟରେ JSW ଶିଳ୍ପ ସପକ୍ଷବାଦୀମାନେ ବିପକ୍ଷବାଦୀଙ୍କୁ କମିଟି ଆଗକୁ ଛାଡି ନଥିଲେ । ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଏନେଇ ହାଇକୋର୍ଟ ଜଗତସିଂହପୁର ଏସପିଙ୍କୁ ରିପୋର୍ଟ ମାଗିଛନ୍ତି । କ'ଣ ପାଇଁ ପୋଲିସ ଉପସ୍ଥିତରେ ମାରପିଟ୍ ଘଟଣା ଘଟିଲା ସେ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା 7 ତାରିଖରେ କରାଯିବାକୁ ହାଇକୋର୍ଟ କହିଛନ୍ତି ।

ଜଗତସିଂହପୁର ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.