ETV Bharat / state

ସ୍ବାମୀଙ୍କୁ ଚାକିରି ଦେବା ନାଁରେ ସ୍ତ୍ରୀକୁ 6 ବର୍ଷ ଧରି ଯୌନଶୋଷଣ

ସ୍ବାମୀଙ୍କୁ ଚାକିରି ଦେବା ନାମରେ ମହିଳାଙ୍କ ସହିତ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ । ଦୀର୍ଘ ୬ ବର୍ଷ ହେଲା ତାଙ୍କୁ ଯୌନ ଶୋଷଣ କରୁଥିଲେ ପାରାଦ୍ଵୀପର "ଆଇଏନ୍ ମେସିନାରି ଓ ଇକ୍ବୁବମେଣ୍ଟ" କମ୍ପାନୀର ନିର୍ଦ୍ଦେଶକ ବସନ୍ତ ବଳ । ଏନେଇ କଟକ ମାଲ ଗୋଦାମ ଥାନାରେ‌ ଅଭିଯୋଗ କରିଛନ୍ତି ସଂପୃକ୍ତ ପିଡିତା । ଅଧିକ ପଢନ୍ତୁ...

ସ୍ବାମୀଙ୍କୁ ଚାକିରି ଦେବେ କହି ସ୍ତ୍ରୀ ସହ 6 ବର୍ଷ ଧରି ଯୌନ ସମ୍ପର୍କ

author img

By

Published : Mar 19, 2021, 8:55 PM IST

ଜଗତସିଂହପୁର : ସ୍ବାମୀଙ୍କୁ ଚାକିରି ଦେବା ନାମରେ ମହିଳାଙ୍କ ସହିତ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ । ଦୀର୍ଘ ୬ ବର୍ଷ ହେଲା ତାଙ୍କୁ ଯୌନ ଶୋଷଣ କରୁଥିଲେ ପାରାଦ୍ଵୀପର "ଆଇ ଏନ୍ ମେସିନାରି ଓ ଇକ୍ବୁବମେଣ୍ଟ" କମ୍ପାନୀର ନିର୍ଦ୍ଦେଶକ ବସନ୍ତ ବଳ । ଏନେଇ କଟକ ମାଲଗୋଦାମ ଥାନାରେ‌ ଅଭିଯୋଗ କରିଛନ୍ତି ସଂପୃକ୍ତ ପିଡିତା ।

ସ୍ବାମୀଙ୍କୁ ଚାକିରି ଦେବେ କହି ସ୍ତ୍ରୀ ସହ 6 ବର୍ଷ ଧରି ଯୌନ ସମ୍ପର୍କ

ମାଲଗୋଦାମ ପୋଲିସ ଅଭିଯୁକ୍ତ ବସନ୍ତ କୁମାର ବଳଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛନ୍ତି । ଗତ 17 ତାରିଖରେ କଲେଜ ଛକ ଆଡ଼ ଆନେକ୍ସ ଲାଵରେ ମଧ୍ୟ ଦୁଷ୍କର୍ମ କରାଯାଇଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି । ସ୍ବାମୀଙ୍କୁ ଚାକିରୀ ଦେବା ପାଇଁ କହି ତାଙ୍କୁ ୬ ବର୍ଷ ହେଲା ଶାରୀରିକ ଶୋଷଣ କରୁଥିଲେ ବସନ୍ତ ବଳ । ଘରେ କିମ୍ବା କାହାକୁ କହିଲେ ମହିଳାଙ୍କ ସ୍ୱାମୀଙ୍କୁ ଜୀବନରୁ ମାରି ଦେବାର ଧମକ ଦେଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ।

ଭୁବନେଶ୍ୱର, କଟକ ଓ ପାରାଦ୍ଵୀପ ସମେତ ବିଭିନ୍ନ ସ୍ଥାନକୁ ନେଇ ଶାରିରୀକ ସମ୍ପର୍କ ରଖୁଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି ପୀଡ଼ିତା । ବସନ୍ତଙ୍କ ନାମରେ ପାରାଦ୍ଵୀପରେ ଏକ ହତ୍ୟା ଘଟଣାରେ ସମ୍ପୃତି ରହିଥିବା ବେଳେ ସେ ଏବେ ଜାମିନରେ ଅଛନ୍ତି । କମିଶନରେଟ ପୋଲିସ ପାରାଦ୍ଵୀପରେ ପହଞ୍ଚି ମହିଳାଙ୍କୁ ଧରି ବଳଙ୍କ ବିଭିନ୍ନ କାର୍ଯ୍ୟାଳୟରେ ତଦନ୍ତ କରିବା ସହିତ ଯେଉଁଠାରେ ବସନ୍ତ ବଳ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଛନ୍ତି , ସେ ସ୍ଥାନରେ ମଧ୍ୟ ତଦନ୍ତ ଆରମ୍ଭ କରିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.