ETV Bharat / state

ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ବିଜେଡିରେ ଗୋଷ୍ଠୀ ବିବାଦ, କର୍ମୀ ହାତାହାତି - group clash in bjd

ରାଜଶ୍ରୀଙ୍କ ସମର୍ଥକ ଓ ବିଷ୍ଣୁଙ୍କ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ବିଷ୍ଣୁଙ୍କ ସମର୍ଥକମାନେ ତାଙ୍କ ପୁଅ ବିଜୟ ଶଙ୍କରଙ୍କୁ ବିଧାୟକ ପ୍ରାର୍ଥି କରିବାକୁ ଦାବିକରି ହୋ ହାଲା କରିଥିଲେ।

ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ବିଜେଡିରେ ଗୋଷ୍ଠୀ ବିବାଦ, କର୍ମୀ ହାତାହାତି

author img

By

Published : Sep 12, 2020, 6:35 PM IST

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନକୁ ନେଇ ବିଜେଡି ମଧ୍ୟରେ ଗୋଷ୍ଠୀ କନ୍ଦଳ ପଦାକୁ ଆସିଛି । ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ଏହି ଆସନଟି ଖାଲି ପଡିଛି । ତେବେ ଏହି ଆସନର ଦାବିଦାରକୁ ନେଇ ବିଜେଡିରେ ମଧ୍ୟ ଆରମ୍ଭ ହୋଇଛି ଗୋଷ୍ଠୀ ବିବାଦ ।

ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ବିଜେଡିରେ ଗୋଷ୍ଠୀ ବିବାଦ, କର୍ମୀ ହାତାହାତି

ଗତ ଦୁଇ ଦିନ ହେବ ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ, ସଞୟ ଦାସବର୍ମା, ଆଇନ ମନ୍ତ୍ରୀ ପ୍ରତାପ ଜେନା, ଜଳ ସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଓ ଜିଲା ବିଜେଡି ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ ପ୍ରମୁଖ କର୍ମୀଙ୍କ ସହ ଆଲୋଚନା କରିବା ସମୟରେ ଏକ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ରାଜଶ୍ରୀଙ୍କ ସମର୍ଥକ ଓ ବିଷ୍ଣୁଙ୍କ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ବିଷ୍ଣୁଙ୍କ ସମର୍ଥକମାନେ ତାଙ୍କ ପୁଅ ବିଜୟ ଶଙ୍କରଙ୍କୁ ବିଧାୟକ ପ୍ରାର୍ଥି କରିବାକୁ ଦାବିକରି ହୋ ହାଲା କରିଥିଲେ। ଏହାକୁ ରାଜଶ୍ରୀଙ୍କ ସମର୍ଥକ ଦୃଢ ବିରୋଧ କରିଥିଲେ। ଏହାକୁ ନେଇ ମନ୍ତ୍ରୀଙ୍କ ଉପସ୍ଥିତିରେ କର୍ମୀମାନେ ହାତାହାତି ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ଗଣମାଧ୍ୟମକୁ ଦୂରେଇ ରଖାଯାଇଥିବା ବେଳେ ଏ ସଂମ୍ପର୍କରେ ମନ୍ତ୍ରୀମାନେ ଦଳୀୟ ଆଭ୍ୟାନ୍ତରୀଣ ବ୍ୟାପାର କହି କୌଣସି ପ୍ରତିକ୍ରିୟା ଦେଇନଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.