ETV Bharat / state

ଲାଇନଚ୍ୟୁତ ମାଲବାହୀ ଟ୍ରେନ, ଓଲଟି ପଡିଲା ୪ ବଗି - ଲାଇନଚ୍ୟୁତ ହେଲା ଟ୍ରେନ

ପାରାଦ୍ୱୀପ ପିପିଏଲ ସାର କାରଖାନା ଅଞ୍ଚଳରେ ଟ୍ରେନ ଲାଇନଚ୍ୟୁତ । ଲାଇନଚ୍ୟୁତର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...

freight train derailed in jagasingpur
ଲାଇନଚ୍ୟୁତ ହେଲା ଟ୍ରେନ , ହୋଇନି ବଡଧରଣର କ୍ଷୟକ୍ଷତି
author img

By

Published : Jul 16, 2021, 4:44 PM IST

ଜଗତସିଂହପୁର : ପାରାଦ୍ଵୀପ ପିପିଏଲ ସାର କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଲାଇନଚ୍ୟୁତ ହୋଇଛି ଟ୍ରେନ । ୪ ଟି ବଗି ଲାଇନଚ୍ୟୁତ ହୋଇଥିବା ଯୋଗୁଁ ପିପିଏଲ କାରଖାନାକୁ ରସ୍ତା ବନ୍ଦ ହୋଇଯାଇଛି । ଫଳରେ ଯାଆସ କରିବା ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ଲାଇନଚ୍ୟୁତ ହେଲା ଟ୍ରେନ , ହୋଇନି ବଡଧରଣର କ୍ଷୟକ୍ଷତି

ମିଳିଥିବା ସୂଚନା ଅନୁସାରେ ଟ୍ରେନଟି ପିପିଏଲ କାରଖାନାରୁ ଜିପସମ ନେବାକୁ ଆସୁଥିଲା । କାରଖାନର ଫାଟକ ନିକଟରେ ଏହାର ୪ ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା । ଟ୍ରେନ ଲାଇନରୁ ବଗି ବାହାରି ଯାଇଥିଲା । ତେବେ ଏଥିରେ କୈାଣସି କ୍ଷତି ହୋଇ ନଥିବା ବେଳେ କେହି ମୃତାହତ ମଧ୍ୟ ହୋଇ ନାହାଁନ୍ତି । ଏକ ମେସିନ ସାହାଯ୍ୟରେ ବଗିକୁ ଲାଇନ ଉପରକୁ ନେବାକୁ ଉଦ୍ୟମ ଜାରି ରହିଛି । ତେବେ ଟ୍ରେନ ଲାଇନଚ୍ୟୁତର କାରଣ ସ୍ପଷ୍ଟ ଜଣାପଡି ନାହିଁ । ଲାଇନ ଉପରେ ଗୋଡ଼ି ପଡ଼ିଥିବାରୁ ଏପରି ଅଘଟଣ ଘଟିଥିବା ଅନୁମାନ କରାଯାଉଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.