ETV Bharat / state

ପାରାଦ୍ୱୀପ ପିପିଏଲରେ ପୁଣି ଶ୍ରମିକ ଅଶାନ୍ତି

author img

By

Published : Aug 3, 2022, 3:39 PM IST

ପାରାଦ୍ଵୀପ ପିପିଏଲ ସାର କାରଖାନା ବିରୋଧରେ ଶ୍ରମିକ ଓ ଜମିହରାଙ୍କ ବିବାଦ ତୀବ୍ର ହେବାରେ ଲାଗିଛି । ଆଜି ମଧ୍ୟାହ୍ନରୁ ଆଉ ଏକ ସଂଗଠନ "ପୂର୍ବ ଓଡ଼ିଶା ଶିଳ୍ପାଞ୍ଚଳ ବିକାଶ ପରିଷଦ" ଆନ୍ଦୋଳନକୁ ଓହ୍ଲାଇଛି । ଅଧିକ ପଢନ୍ତୁ

ପାରାଦ୍ୱୀପ ପିପିଏଲରେ ପୁଣି ଶ୍ରମିକ ଅଶାନ୍ତି
ପାରାଦ୍ୱୀପ ପିପିଏଲରେ ପୁଣି ଶ୍ରମିକ ଅଶାନ୍ତି

ଜଗତସିଂହପୁର: ପାରାଦ୍ଵୀପ ସ୍ଥିତ ପିପିଏଲ ସାର କାରଖାନା ବିରୋଧରେ ଶ୍ରମିକ ଓ ଜମିହରାଙ୍କ ବିବାଦ ତୀବ୍ର ହେବାରେ ଲାଗିଛି । ଗତ ୫ ଦିନ ହେଲା ଦୁଇଟି ସଂଗଠନ ଅହୋରାତ୍ର ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ମଧ୍ୟାହ୍ନରୁ ଆଉ ଏକ ସଂଗଠନ "ପୂର୍ବ ଓଡ଼ିଶା ଶିଳ୍ପାଞ୍ଚଳ ବିକାଶ ପରିଷଦ" ଆନ୍ଦୋଳନକୁ ଓହ୍ଲାଇଛି । ପିପିଏଲରେ କାର୍ଯ୍ୟରତ ବ୍ୟାଗିଂ ଶ୍ରମିକଙ୍କ ୧୬ ଦଫା ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ବିକାଶ ପରିଷଦ ।

ପାରାଦ୍ୱୀପ ପିପିଏଲରେ ପୁଣି ଶ୍ରମିକ ଅଶାନ୍ତି

କାରଖାନାର ବ୍ୟାଗିଂ ସାଇଡ଼ରେ କାମ କରୁଥିବା ଶ୍ରମିକ ମାନଙ୍କୁ ମାତ୍ର ୯ ରୁ ୧୦ ହଜାର ଟଙ୍କା ମାସିକ ଦରମା ଦିଆଯାଉଛି । ଏଥିସହିତ ସେମାନଙ୍କୁ କ୍ୟାଣ୍ଟିନ ସୁବିଧା, ସ୍ବଚ୍ଛ ପିଇବା ପାଣିର ସୁବିଧା ମଧ୍ୟ ମିଳୁନାହିଁ । ମାତ୍ର ସେହି ଏକା କାମ କରୁଥିବା ଅନ୍ୟ ଶ୍ରମିକମାନେ ୩୦ ହଜାର ଟଙ୍କା ଦରମା ସହିତ ଅନ୍ୟାନ୍ୟ ସୁବିଧା ପାଉଛନ୍ତି । ଯାହାକୁ ବିରୋଧ କରି ପୂର୍ବରୁ ବିକାଶ ପରିଷଦ ନୋଟିସ କରିଥିଲେ । ଏହାପରେ ଠିକା ସଂସ୍ଥା ଏହାକୁ ବିଚାର କରି ଦରମା ବୃଦ୍ଧି ପାଇଁ କମ୍ପାନୀକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ ।

ମାତ୍ର ପିପିଏଲ କତ୍ତୃପକ୍ଷ ସେହି ଠିକା ସଂସ୍ଥା ବଦଳରେ ନୂତନ ସଂସ୍ଥାକୁ ବ୍ୟାଗିଂ କାମ ଦେଇଛନ୍ତି । ନୂତନ ସଂସ୍ଥା ପୂରୁଣା ରେଟ୍ ଅନୁସାରେ ମାସିକ ୯ ରୁ ୧୦ ହଜାର ଦରମା ଦେଉଛନ୍ତି । ଏହାକୁ ବିରୋଧ କରି ସେମାନେ ଧାରଣା ଦେଇଥିବା ବେଳେ ସାର କାରଖାନା ଉପରେ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି । ବର୍ତମାନ ଚାଷ ସମୟରେ ସାରର ଅଭାବ ପରିଲକ୍ଷିତ ହେବାର ଆଶଙ୍କା କରାଯାଉଛି । ଯଦି ତୁରନ୍ତ ଏହାର ସମାଧାନ କରା ନଯାଏ ତେବେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ବିକାଶ ପରିଷଦର କର୍ମକର୍ତ୍ତା ।

ଇଟିଭି ଭାରତ,ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.