ETV Bharat / state

ସ୍ୱାଧୀନତା ସଂଗ୍ରାମର ମୂକସାକ୍ଷୀ ‘ଅଳକାଶ୍ରମ’ - freedom fighter

ସ୍ବାଧୀନତା ସଂଗ୍ରାମରେ ଜଗତସିଂହପୁର ଜିଲ୍ଲାର ସଂଗ୍ରାମୀଙ୍କ ଅବଦାନ ବେଶ ଉଲ୍ଲେଖନୀୟ । ଏମାନଙ୍କ କାର୍ଯ୍ୟଧାରା ଓ ଅସହଯୋଗ ଆନ୍ଦୋଳନ ବ୍ରିଟିଶ ସରକାରଙ୍କ ମନରେ ଭିତ ସଞ୍ଚାର କରୁଥିଲା । ଆଉ ଏ ସବୁର ମୂକସାକ୍ଷୀ ସାଜିଥିଲା ଅଳକାଶ୍ରମ ।

ଫଟୋ ସୌଜନ୍ୟ: ପ୍ରତିନିଧି,ଜଗତସିଂହପୁର
author img

By

Published : Aug 14, 2019, 11:14 AM IST

ଜଗତସିଂହପୁର: ସ୍ବାଧୀନତା ସଂଗ୍ରାମର ଅନ୍ୟତମ ଏନ୍ତୁଡ଼ିଶାଳ ‘ଜଗତସିଂହପୁର’ । ସେ ଭାରତଛାଡ଼ ଆନ୍ଦୋଳନ ହେଉ କି ଲବଣ ସତ୍ୟାଗ୍ରହ, ଗୋରାଙ୍କୁ ଥରହର କରିଦେଉଥିଲେ ଏଠିକାର ସଂଗ୍ରାମୀ । ଦେଶକୁ ଇଂରେଜଙ୍କ କବଳରୁ ମୁକ୍ତ କରିବାକୁ ନିଜ ଜୀବନକୁ ବାଜି ଲଗାଇବାକୁ ପଛାଇନଥିଲେ ଏମାନେ । ରାତି ରାତି ଅନିଦ୍ରା ରହି ବ୍ରିଟିଶ ଦମନର ରଣନୀତି ତିଆରି କରୁଥିଲେ । ଆଉ ଏହାର ମୂକସାକ୍ଷୀ ଅଳକାଶ୍ରମ । କେବେଳ ଏତିକି ନୁହେଁ ଜାତୀୟ କବି ବୀରକିଶୋର ଦାସଙ୍କ କ୍ରାନ୍ତିକାରୀ କବିତା ଶୁଣି ସଂଗ୍ରାମୀଙ୍କ ରକ୍ତ ଗରମ ହେଉଥିଲା । ଆଉ ଏହି କବିତା ପାଇଁ ବୀରକିଶୋରଙ୍କୁ ଗିରଫ କରିଥିଲେ ବ୍ରିଟିଶ ସରକାର ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଜଗତସିଂହପୁର

ଜିଲ୍ଲାର ବାଲିକୁଦା, ତିର୍ତ୍ତୋଲ, ବିରିଡ଼ି,ରଘୁନାଥପୁର, ଏରସମା ଅଞ୍ଚଳ ଏହି ଅଳକାଶ୍ରମକୁ ଛୁଟି ଆସୁଥିଲେ ସଂଗ୍ରାମୀ । ନିତି ଏଠାରେ ବୈଠକ ମାଧ୍ୟରେ ହେଉଥିଲା ଯୋଜନା । ଶେଷରେ ଇଂରେଜ ସରକାର ଏହି ଗୁପ୍ତ ଠିକଣାକୁ କବଜା କରିବା ସହ ବାନ୍ଧିନେଇଥିଲେ ବୀର ସଂଗ୍ରାମୀଙ୍କୁ ।

ସମୟ ବଦଳିଛି। ସ୍ବାଧିନତାର ମୁକ୍ତ ପବନରେ ପ୍ରଶ୍ବାସ ନେଉଛି ଦେଶ । କିନ୍ତୁ ଏବେ ବି ଭ୍ରଷ୍ଟାଚାର, ଆତଙ୍କବାଦ, ବେରୋଜଗାର, ସାମ୍ପ୍ରଦିକ ଦଙ୍ଗାର ହିଂସା ତଳେ ବନ୍ଧା ଭାରତ । ଏସବୁକୁ ଦେଖି ସେମାନେ କେତେ ସ୍ବାଧୀନ ବୋଲି ପ୍ରଶ୍ନ ଉଠାଇଛନ୍ତି ସ୍ବାଧୀନତା ସଂଗ୍ରାମୀ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Archer ଜଗତସିଂହପୁର ଜିଲ୍ଲାରେ ସ୍ୱାଧୀନତା ସଂଗ୍ରାମ ରେ ସଂଗ୍ରାମୀ ମାନଙ୍କ ଅବଦାନ ବେଶ ଉଲ୍ଲେଖନିୟ।ଏମାନଙ୍କ କାର୍ଯ୍ୟଧାରା ଓ ଅସହଯୋଗ ଆନ୍ଦୋଳନ ବ୍ରିଟିଶ ସରକାର ଙ୍କ ମନ ରେ ଭିତ ସଂଚାର କରୁଥିଲା।
VO_1ଜଗତସିଂହପୁର, ସ୍ୱାଧୀନତା ସଂଗ୍ରାମ ର ଏନ୍ତୁଡ଼ିଶାଳା,ଇଂରେଜ ସରକାର ଙ୍କୁ ବିଚଳିତ କରିପକାଉଥିଲେ ଏଠିକାର ସଂଗ୍ରାମୀ ମନେ।ସେ ଭାରତ ଛାଡ଼ ଆନ୍ଦୋଳନ ହେଉ କି ଲବଣ ସତ୍ୟାଗ୍ରହ, ଥରହର କରି ପକାଉଥିଲା ବ୍ରିଟିଶ ଶାସକ ଙ୍କୁ। ଜଗତସିଂହପୁର ଜିଲ୍ଲାର ସଂଗ୍ରାମୀ ଭାଗିରଥି ମହାପାତ୍ର, ସରଳା ଦେବୀ, ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ରମାଦେବୀ, ଗୋପବନ୍ଧୁ ଚୌଧୁରୀ, ଅର୍ଣ୍ଣପରୁନା ମହାରଣା, ପ୍ରାଣକୃଷ୍ଣ ପଢିଆରୀ,ପ୍ରମୁଖ ଜଗତସିଂହପୁର ଜିଲ୍ଲା କାହିଁକି ସମଗ୍ର ଓଡ଼ିଶାର ନେତୃତ୍ୱ ନେଉଥିଲେ। ତାଙ୍କ ନେର୍ତୁତ ରେ ହଜାର ହଜାର ସଂଗ୍ରାମୀ ମନେ ସ୍ବାଧିନତା ର ବହଃନି ରେ ଝାସ ଦେଇଥିଲେ। ଏହାର ସ୍ମୁତି ବହନ କରେ ଜଗତସିଂହପୁର ସହର ର ଅଳକାଶ୍ରମ।ସଂଗ୍ରାମୀ ମାନଙ୍କର ଏହା ଥିଲା ଗୁପ୍ତ ବୈଠକ ର ସ୍ଥାନ। ରାତି ଅଧରେ ଏଠାରେ ଏକତ୍ରିତ ହୋଇ ବ୍ରିଟିଶ ସରକାର ଙ୍କ ବିରୋଧ ରେ ରଣ କୌଶଳ ତିଆରି କରୁଥିଲେ।ଅପର ପକ୍ଷରେ ଜଗତସିଂହପୁର ଉପକଣ୍ଠ ପୂର୍ଣ୍ଣଙ୍ଗ ଗ୍ରାମର ଜାତୀୟ କବି ବୀରକିଶୋର ଦାସ ଙ୍କ କ୍ରାନ୍ତିକାରୀ କବିତା ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିଲା।ତାଙ୍କ କବିତା ଶୁଣି ସଂଗ୍ରାମୀ ମାନଙ୍କ ରକ୍ତ ତାତି ଉଠୁଥିଲା।ଏହା ଦେଖି ଇଂରେଜ ସରକାର ତାଙ୍କୁ ଗିରଫ କରି ନେଇ ଥିଲେ।
byt ମାଧବାନନ୍ଦ ପ୍ରତିହାରୀ ,ସ୍ୱାଧୀନତା ସଂଗ୍ରାମୀ.
byt ଯୋଗେନ୍ଦ୍ର ମହାରଣା, ସ୍ୱାଧୀନତା ସଂଗ୍ରାମୀ

VO 2 ଜିଲାର ବାଲିକୁଦା, ତ୍ରିତୋଲ, ବିରିଡ଼,ରଘୁନାଥପୁର, ଏରସମା ଅଂଚଳରୁ ସଂଗ୍ରାମୀ ମନେ ଆସି ଅଳକାଶ୍ରମ ଏକତ୍ରିତ ହେଉଥିଲେ।ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନ ଡାକରା ଦେବା ଫଳରେ ଇଂରେଜ ସରକାର ଅଳକାଶ୍ରମ କୁ ନିଜ ଅକ୍ତିଆରକୁ ନେଇଗଲେ।ଓ ସଂଗ୍ରାମୀ ମାନଙ୍କୁ ଗିରଫ କଲେ।ସେ ସମୟରେ ,ଭାଗିରଥି ମହାପାତ୍ର, ନବକୃଷ୍ଣ ଚୌଧୁରୀ, ସରଳା ଦେବୀ, ରମା ଦେବୀ,ଙ୍କ ଭଳି ଅନେକ ସଂଗ୍ରାମୀ ଙ୍କୁ କରା ବରଣ କରିବାକୁ ପଡିଥିଲା।
byt-ଭାଗିରଥି ସ୍ବାଇଁ ସ୍ୱାଧୀନତା ସଂଗ୍ରାମୀ
byt- ମୋହନ ପଣ୍ଡା ସ୍ଵାଧୀନତା ସଂଗ୍ରାମୀ
କିନ୍ତୁ ଆଜି ସମୟ ବଦଳିଛି। ବ୍ରିଟିଶ ସରକାର ଙ୍କ ଶାସନ ର ଅନ୍ତ ଘଟିଛି। ସ୍ୱାଧୀନତା ର ବୟସ ମଧ୍ଯ 73 ବର୍ଷ ରେ ପହଂଚିଛି। ଆମେ କେତେ ସ୍ଵାଧୀନ ବୋଲି ପ୍ରଶ୍ନ କରିଛନ୍ତି ଶତାୟୁ ସଂଗ୍ରାମୀ ମନେ।ଏହାର ଉତ୍ତର କାହା ପାଖରେ ନାହିଁ।କୋହଭରା କଣ୍ଠ ରେ ଭାରତ କୁ ଆଉ ଏକ ସଂଗ୍ରାମ ଲୋଡ଼ା ବୋଲି କହିଛନ୍ତି ସେମାନେ।

Body:jagatsingpur

Conclusion:jagatsinghpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.