ETV Bharat / state

ରଘୁନାଥପୁର ଓ କୁଜଙ୍ଗରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି

author img

By

Published : Feb 21, 2022, 10:47 PM IST

କୁଜଙ୍ଗ ଓ ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ ହେବ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । କୁଜଙ୍ଗ ବ୍ଲକ୍‌ର ମୋଟ ୧ ଲକ୍ଷ ୩୮ ହଜାର ୨୯୫ ଜଣ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ରଘୁନାଥପୁର ବ୍ଲକ୍‌ରେ ୬୯ ହଜାର ୩୭୦ ଜଣ ଭୋଟର ମତଦାନ କରିବେ । ଅଧିକ ପଢ଼ନ୍ତୁ

ରଘୁନାଥପୁର ଓ କୁଜଙ୍ଗରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି
ରଘୁନାଥପୁର ଓ କୁଜଙ୍ଗରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି

ଜଗତସିଂହପୁର: ଜିଲ୍ଲାରେ ଆସନ୍ତାକାଲି(ମଙ୍ଗଳବାର) କୁଜଙ୍ଗ ଓ ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ ହେବ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । କୁଜଙ୍ଗ ବ୍ଲକ୍‌ର ୪ଟି ଜିଲ୍ଲା ପରିଷଦ ଜୋନ୍ ସହ ୨୮ଟି ପଞ୍ଚାୟତରେ ମୋଟ ୧ ଲକ୍ଷ ୩୮ ହଜାର ୨୯୫ ଜଣ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । କୁଜଙ୍ଗ ବ୍ଲକରେ ୪ଟି ଜିଲ୍ଲାପରିଷଦ ଆସନ ପାଇଁ ୧୩ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଥିବାବେଳେ ସମିତି ସଭ୍ୟ ଆସନ ପାଇଁ ୯୯ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେହିଭଳି ନିର୍ବାଚନୀ ମୈଦାନରେ ୧୧୪ ଜଣ ସରପଞ୍ଚ ପ୍ରାର୍ଥୀ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି ।

୯୯୨ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । କୁଜଙ୍ଗ ବ୍ଲକ ପାଇଁ ୧୩୯୫ ଜଣ ପୋଲିଂ ଅଧିକାରୀ ଓ ୪୬୫ ଜଣ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । କୁଜଙ୍ଗ ବ୍ଲକରେ ୮୭ଟି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ କରାଯାଇଛି । ସେହିପରି ରଘୁନାଥପୁର ବ୍ଲକରେ ୨ଟି ଜିଲ୍ଲା ପରିଷଦ ଜୋନ ଓ ୧୯ଟି ପଞ୍ଚାୟତ ପାଇଁ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏହି ବ୍ଲକରେ ୬୯ ହଜାର ୩୭୦ ଜଣ ଭୋଟର ଥିବା ବେଳେ ୩୧୩ଟି ବୁଥ୍‌ରେ ମତଦାନ ହେବ । ଏଥିପାଇଁ ୯୩୯ ଜଣ ପୋଲିଂ ଅଧିକାରୀଙ୍କ ସମେତ ୩୧୩ ଜଣ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

ରଘୁନାଥପୁର ବ୍ଲକରେ ୩୭ଟି ସମ୍ବେଦନଶୀଳ ବୁଥ୍‌ ଭାବେ ଚିହ୍ନଟ କରାଯାଇଥିବା ବେଳେ ୫୧ଟି ଅତିସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ୨ଟି ଜିଲ୍ଲା ପରିଷଦ ଆସନ ପାଇଁ ୭ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେହିଭଳି ୭୧ ଜଣ ସମିତିସଭ୍ୟ ୯୮ ଜଣ ସରପଞ୍ଚ ଓ ୩୩୭ ଜଣ ୱାର୍ଡ ମେମ୍ବର ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି । ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ୧୭ଟି ପୋଲିସ ମୋବାଇଲ ଟିମ୍‌କୁ ନିୟୋଜିତ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.