ETV Bharat / state

ତିର୍ତ୍ତୋଲ ପାଇକା ନଦୀ ପଠାରୁ ୪ ମଣିଷ ଖପୁରୀ ଜବତ - four human skull seized from paika river of jagasinghpur

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁର ନୂଆଗାଁର ପାଇକା ନଦୀ କୂଳରୁ ୪ ଟି ମଣିଷ ଖପୁରୀ ଜବତ କରିଛି ପୋଲିସ ।

ତିର୍ତ୍ତୋଲ ପାଇକା ନଦୀ ପଠାରୁ ୪ ମଣିଷ ଖପୁରୀ ଜବତ

author img

By

Published : May 29, 2020, 3:58 PM IST

ଜଗତସିଂହପୁର: ନଦୀପଠାରୁ ମଣିଷ ଖପୁରୀ ପଡିଥିବା ଦେଖିବାକୁ ମିଳିଛି । ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁର ନୂଆଗାଁର ପାଇକା ନଦୀ କୂଳରେ ।

ତିର୍ତ୍ତୋଲ ପାଇକା ନଦୀ ପଠାରୁ ୪ ମଣିଷ ଖପୁରୀ ଜବତ
ତିର୍ତ୍ତୋଲ ପାଇକା ନଦୀ ପଠାରୁ ୪ ମଣିଷ ଖପୁରୀ ଜବତ

ଗାଁ ଲୋକଙ୍କ କହିବା ଅନୁସାରେ ଗତ କିଛିଦିନ ହେବ ସେଠାକାର ଜଣେ ତାନ୍ତ୍ରିକ ନୂଆଗାଁ ଅଞ୍ଚଳରେ ତନ୍ତ୍ର ପୂଜା କରୁଥିଲେ । ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ସହ ତାନ୍ତ୍ରିକ ନାଁରେ ତିର୍ତ୍ତୋଲ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଏହି ଘଟଣାରେ ପୋଲିସ୍ ତାନ୍ତ୍ରିକକୁ ଡାକି ତାଗିଦ କରିଥିଲା ।

ହେଲେ ଆଜି ସକାଳୁ ପାଇକା ନଦୀ ପଠାରୁ ୪ ଟି ଖପୁରୀ ମିଳିବା ପରେ ପୋଲିସ୍ ଘଟଣାସ୍ଥଳରେ ପହଛି ତଦନ୍ତ ଆରମ୍ଭ କରିଛି । ତେବେ ଅଧିକ ଖୋଳତାଡ ପାଇଁ ସମ୍ପୃକ୍ତ ତାନ୍ତ୍ରିକକୁ ଥାନାକୁ ଡାକିଥିବା ଜଣାପଡିଛି । ଏହି ଘଟଣାରେ ମୃତଦେହ ମିଳିନଥିବାରୁ ପୋଲିସ କାହାକୁ ଗିରଫ କରିପାରି ନାହିଁ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.