ETV Bharat / state

'ଫନି' ସମୀକ୍ଷା ସହ ରିଲିଫ ବାଣ୍ଟିଲେ ରାଜ୍ୟପାଳ

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକକୁ ଶନିବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ 'ଫନି' ସମ୍ପର୍କୀତ ସମୀକ୍ଷା ବୈଠକ କରିଥିଲେ। ଏଥିରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ଜିଲ୍ଲାପାଳ ପୁନମ ଗୁହା ତାପସକୁମାର, ଆରକ୍ଷୀ ଅଧିକ୍ଷକ ସୁଧା ସିଂ ପ୍ରମୁଖ ଉପସ୍ଥିତ ଥିଲେ।

author img

By

Published : May 18, 2019, 11:21 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ଜିଲ୍ଲା ରଘୁନାଥପୁର ବ୍ଲକକୁ ଶନିବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ 'ଫନି' ସମ୍ପର୍କୀତ ସମୀକ୍ଷା ବୈଠକ କରିଥିଲେ । ଏଥିରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ଜିଲ୍ଲାପାଳ ପୁନମ ଗୁହା ତାପସକୁମାର , ଆରକ୍ଷୀ ଅଧିକ୍ଷକ ସୁଧା ସିଂ ପ୍ରମୁଖ ଉପସ୍ଥିତ ଥିଲେ । 'ଫନି' ସମ୍ପର୍କରେ ରାଜ୍ୟପାଳ ଟିକିନିଖି ତଥ୍ୟ ପଚାରି ବୁଝିଥିଲେ।

ଅନ୍ୟପଟେ ରାଜ୍ୟପାଳଙ୍କ ପ୍ରଶ୍ନର ସଠିକ ଉତ୍ତର ଦେଇନପାରି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ହଟହଟା ହୋଇଥିବା ଦେଖିବାକୁ ମିଳିଥିଲା । ଜିଲ୍ଲାରେ କେତେ ଲୋକ ବାସହୀନ ହୋଇଛନ୍ତି ଓ କେତେ ଲୋକଙ୍କୁ ରିଲିଫ ବଣ୍ଟନ କରାଯାଇଛି ତାହାର ସବିଶେଷ ତଥ୍ୟ ଦେବାକୁ କହିଥିଲେ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଜଗତସିଂହପୁର

ପ୍ରଭାବିତ ଲୋକଙ୍କ ମଧ୍ୟରୁ ଯେପରି କେହି ଜଣେ ବଞ୍ଚିତ ନହେବେ ସେନେଇ ତାଗିଦ ମଧ୍ୟ କରିଥିଲେ। 'ଫନି' କୁ ନେଇ ଗଣମାଧ୍ୟମକୁ ପ୍ରଶଂସା କରିଥିଲେ ରାଜ୍ୟପାଳ। ଗଣମାଧ୍ୟମ ଲୋକଙ୍କୁ ସଚେତନ କରିବା ସହ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ହେତୁ ରାଜ୍ୟପାଳ ସନ୍ତୋଷ ବ୍ୟକ୍ତ କରିଥିଲେ।

ଅନ୍ଯପଟେ ବୈଠକ ପରେ ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୁଆଳିପୁର ମୁଣ୍ଡା ସାହିରେ ପହଞ୍ଚି ରାଜ୍ୟପାଳ ଲୋକଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲା ରେଡକ୍ରସ ତରଫରୁ ପୀଡ଼ିତଙ୍କ ପାଇଁ ପଲିଥିନ, ମଶାରୀ, ବିସ୍କୁଟ, ପାଣି ଜାର୍ ପ୍ରଭୁତି ରାଜ୍ୟପାଳ ବଣ୍ଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବାତ୍ୟା ଓ ବନ୍ୟା ଚିର ସହଚର, ଏଥିପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରି ଆସୁଥିବା ଥିବା ରାଜ୍ୟପାଳ କହିଥିଲେ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ କୁ ଆଜି ମାନ୍ୟବର ରାଜ୍ୟପାଳ ଗଣେସି ଲାଲ ଫୋନି ସମ୍ପରଖିତ ସମୀକ୍ଷା ବୈଠକ କରିଥିଲେ।ଏଥିରେ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ଜିଲାପାଳ ପୁନମ ଗୁହା ତାପସକୁମାର ଆରକ୍ଷୀ ଅଧିକ୍ଷକ ସୁଧା ସିଂ ପ୍ରମୁଖ ଉପସ୍ଥିତ ଥିଲେ।ଫୋନି ସମ୍ପର୍କରେ ରାଜ୍ୟପାଳ ଟିକିନିଖି ତଥ୍ୟ ପଚାରି ବୁଝିଥିଲେ। ରାଜ୍ୟପାଳ ଙ୍କ ପ୍ରଶ୍ନ ର ସଠିକ ଉତ୍ତର ନ ଦେଇପାରି ଜିଲା ଜରୁରୀ କାଳୀନ ଅଧିକାରୀ ହଟ ହଟହଟା ହୋଇଥିବ ଦେଖିବାକୁ ମିଳିଥିଲା।ଜିଲାରେ କେତେଲୋକ ବାସହୀନ ହୋଇଛନ୍ତି ଓ କେତେଲୋକ ଙ୍କୁ ରିଲିଫି ବଣ୍ଟନ କରା ଯାଉଛି ତାହାର ସବିଶେଷ ତଥ୍ୟ ଦେବାକୁ କହିଥିଲେ। ପ୍ରଭାବିତ ଲୋକେ ଯେପରି ଜଣେ କେହି ବଞ୍ଚିତ ନ ହେବେ ସେନେଇ ତାଗିଦ କରିଥିଲେ। ଫୋନି କୁ ନେଇ ଗଣମାଧ୍ୟମ କୁ ପ୍ରଶଂସା କରିଥିଲେ ରାଜ୍ୟପାଳ। ଗଣମଧ୍ୟମ ଲୋକଙ୍କୁ ସଚେତନ କରିବା ସହ ମହତ ଭୁମିକା ନିର୍ବାହ କରିଥିବା ହେତୁ ସେ ଆଧାର ବେକ୍ତ କରିଥିଲେ।

Body:jagatsinghpur. review meeting

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.