ETV Bharat / state

ଅଗ୍ନିକାଣ୍ଡରେ 6 ପରିବାର ସର୍ବସ୍ବାନ୍ତ; 250 ବସ୍ତା ଧାନ ସହ ଦୋକାନ ଘର ପୋଡି ପାଉଁଶ

ଗଞ୍ଜାମ ତାରାସିଙ୍ଗ ଅଞ୍ଚଳ ମିଲସାହିରେ ଅଗ୍ନିକାଣ୍ଡ । ନିଆଁ ଲାଗି ଗୋଟେ ଦୋକାନ ସମେତ ଛଅ ପରିବାରର ପ୍ରାୟ 250 ବସ୍ତା ଧାନ ପୋଡି ପାଉଁଶ। ବିଦ୍ୟୁତ ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା । ନିଆଁକୁ ଆୟତ୍ତ କଲା ଭଞ୍ଜନଗର ଦମକଳ ବାହିନୀ । ଅଧିକ ପଢନ୍ତୁ...

author img

By

Published : Feb 5, 2021, 9:08 AM IST

ଅଗ୍ନିକାଣ୍ଡରେ 6 ପରିବାର ସର୍ବସ୍ବାନ୍ତ; ଜଳିଗଲା 250 ବସ୍ତା ଧାନ ସହ ଦୋକାନ ଘର

ଭଞ୍ଜନଗର: ଭୟାବହ ଅଗ୍ନିକାଣ୍ଡ। ନିଆଁର କରାଳଗ୍ରାସରେ ଛାରଖାର ହୋଇଯାଇଛି ଏକ ଦୋକାନ ଗୃହ ସହତି 6 ପରିବାରର ବିପୁଳ ପରିମାଣର ଧାନବସ୍ତା। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ତାରାସିଂଙ୍ଗ ଥାନା ଅନ୍ତର୍ଗତ ନାରୀଗୋଚ୍ଛା ନିକଟ ମିଲସାହିରେ।

ଧାନ ପୋଡି ପାଉଁଶ ହୋଇଯାଇଥିବା ବେଳ ଗ୍ରାମର ଭଗବାନ ଡାକୁଆ ଏବଂ ରୁଷି ଗୌଡ଼ ଏହି ଦୁଇ ପରିବାର ବହୁତ କ୍ଷତି ଗ୍ରସ୍ତ ହୋଇଛନ୍ତି। ନିଆଁ ତିନୋଟି ଖଳାରେ ଲାଗିବା ହେତୁ ପ୍ରାୟ 250 ବସ୍ତା ଧାନ ପୋଡି ଯାଇଥିବା ବେଳେ ଗୋଟିଏ ଧାନ ଗଦା ମଧ୍ୟ ପୋଡ଼ିଯାଇଛି।

ଦୋକାନରେ ଥିବା ବିଭିନ୍ନ ଆସବାବପତ୍ର ମଧ୍ୟ ପୋଡ଼ିଯାଇଛି। ଘଟଣାସ୍ଥଳରେ ଭଞ୍ଜନଗର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ ସଟସର୍କିଟ ଯୋଗୁଁ ଲାଗିଥିବା ଜଣାପଡିଛି l ଖବର ପାଇଁ ସଙ୍ଗେ ସଙ୍ଗେ ଗାଲେରୀରେ ଆରଆଇ ପହଁଞ୍ଚି କ୍ଷୟକ୍ଷତିର ଆକଳନ କରୁଛନ୍ତି। ତୁରନ୍ତ ଏହି 6 ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.