ETV Bharat / state

ପାରାଦ୍ବୀପ ବନ୍ଦର ପରିସରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଷ୍ଟାକର ମେସିନ

ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ । ଅଧିକ ପଢନ୍ତୁ...

ପାରାଦ୍ବୀପ ବନ୍ଦର ପରିସରରେ ଅଗ୍ନିକାଣ୍ଡ
ପାରାଦ୍ବୀପ ବନ୍ଦର ପରିସରରେ ଅଗ୍ନିକାଣ୍ଡ
author img

By

Published : May 16, 2021, 9:50 AM IST

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଷ୍ଟାକର ମେସିନ-1 କ୍ଷତିଗ୍ରସ୍ତ ହେବା ସହିତ କନଭର ବେଲ୍ଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ପାରାଦ୍ବୀପ ବନ୍ଦର ପରିସରରେ ଅଗ୍ନିକାଣ୍ଡ

ବନ୍ଦରର ୧ ନମ୍ବର ଗେଟ ପାଖାପାଖି ଥିବା ଷ୍ଟାକର ଦ୍ବାରା କୋଇଲା କନଭର ବେଲ୍ଟ ଯୋଗେ ଟ୍ରେନ ଓ୍ବାଗନରେ କୋଇଲା ଲୋଡିଂ କରାଯାଇଥାଏ । କୋଇଲା ଲୋଡଂ ଚାଲିଥିବା ବେଳେ ଏଥିରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ କନଭର ବେଲ୍ଟ ସହିତ ଏଥିରେ ଥିବା କୋଇଲାରେ ମଧ୍ୟ ନିଆଁ ଲାଗିଥିଲା ।

ବନ୍ଦରର ଅଗ୍ନିଶମ ବିଭାଗ ପକ୍ଷରୁ ଏହି ନିଆଁକୁ ଆୟତ କରାଯାଇଛି । ତେବେ ସଟ୍ ସର୍କିଟ ଯୋଗୁଁ ଷ୍ଟାକରରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ ଅଗ୍ନିକାଣ୍ଡରେ ଅଧିକ କିଛି କ୍ଷୟକ୍ଷତି ହୋଇନାହିଁ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.