ଜଗତସିଂହପୁର: ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ମାତ୍ର 10 ହଜାର 535 ଜଣ ଚାଷୀ ଲାଭ ପାଇବା ନେଇ ଘୋଷଣା ହୋଇଛି । ଏହା ଘୋଷଣା ହେବା ପରେ ଅନ୍ୟ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଆଜି (ବୁଧବାର) ଜିଲ୍ଲାପାଳ ସଂଗ୍ରାମ କେସରୀ ମହାପାତ୍ରଙ୍କ ନିର୍ଦ୍ଦେଶ ଅନୁସାରେ 10 ହଜାର 535 ଜଣ ଚାଷୀଙ୍କ ଆକାଉଣ୍ଟକୁ ମୋଟ 7 କୋଟି 71 ଲକ୍ଷ ୯000 ଟଙ୍କା ପଠାଇ ଦିଆଯାଇଛି । ତେବେ ବାଦ ପଡିଥିବା ଅନ୍ୟ ଚାଷୀ ମାନଙ୍କୁ ଖୁବଶୀଘ୍ର ଏହି ଯୋଜନାରେ ସାମିଲ କରାଯିବା ବୋଲି ସୂଟନା ମିଳିଛି । ଏହି ପ୍ରକ୍ରିୟାକୁ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ଜିଲାପାଳଙ୍କ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ