ETV Bharat / state

ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ସମିତିସଭ୍ୟାଙ୍କୁ ଅପହରଣ ! - ସମିତିସଭ୍ୟାଙ୍କୁ ଅପହରଣ ଅଭିଯୋଗ ଆଣିଲେ ପରିବାର

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଦା ବାଗ ପଞ୍ଚାୟତ ସମିତି ସଭ୍ୟଙ୍କୁ କେହି ଅପହରଣ କରିନେଇଥିବା ତାଙ୍କ ବାପା ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି ।

ସମିତିସଭ୍ୟାଙ୍କୁ ଅପହରଣ ଅଭିଯୋଗ ଆଣିଲେ ପରିବାର

author img

By

Published : Mar 11, 2022, 10:52 PM IST

ଜଗତସିଂହପୁର: ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଦା ବାଗ ପଞ୍ଚାୟତ ସମିତି ସଭ୍ୟଙ୍କୁ କେହି ଅପହରଣ କରିନେଇଥିବା ତାଙ୍କ ବାପା ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି । ଆସନ୍ତାକାଲି(ଶନିବାର) ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଥିବାରୁ ତାଙ୍କୁ ରାଜନୈତିକ ଦୃଷ୍ଟିକୋଣରୁ ଅପହରଣ କରି ନିଆଯାଇଥିବା ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି ।

ପୋଲିସ କହିବା ଅନୁଯାୟୀ ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକଣା ଗ୍ରାମର ରାମ ମୁର୍ମୁଙ୍କ ଝିଅ ଗୁରୁବାରୀ ମୁର୍ମୁ ଗତ ପଞ୍ଚାୟତ ନିର୍ବାଚନରେ ତରଦା ବାଗ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଗତ ବୁଧବାର ଦିନ ତାଙ୍କୁ କେହି ଅପହରଣ କରି ନେଇଯାଇଥିଲା । ପରିବାର ଲୋକେ ବହୁତ ଖୋଜାଖୋଜି ପରେ ତାଙ୍କର ପତା ନମିଳିବାରୁ ଆଜି ସନ୍ଧ୍ୟାରେ ତାଙ୍କ ବାପା ରାମ ମୁର୍ମୁ ତିର୍ତ୍ତୋଲ ଥାନରେ ଏତଲା ଦେଇଛନ୍ତି । ଆସନ୍ତାକାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଯାଉଥିବା ବେଳେ ସମିତି ସଭ୍ୟ ଅପହରଣ ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.