ETV Bharat / state

Cyclone Jawad Update; ଜୱାଦ ମୁକାବିଲା, ଜିଲ୍ଲାପାଳ ଡକାଇଲେ ବୈଠକ - cyclone preparation meeting in jagatshingpur

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବର୍ଷା ଓ ବାତ୍ୟାର ମୁକାବିଲା ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ବୁଧବାର ଅପରାହ୍ନରେ ଭିଡିଓ କନଫରେସିଂ ଜରିଆରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଅଧିକ ପଢନ୍ତୁ

ସମ୍ଭାବ୍ୟ ବାତ୍ୟା ,ବର୍ଷାକୁ ନେଇ ଜିଲ୍ଲାପାଳଙ୍କ ଜରୁରି ବୈଠକ

author img

By

Published : Dec 1, 2021, 9:36 PM IST

ଜଗତସିଂହପୁର: ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବର୍ଷା ଓ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ ପାରୁଲ ପଟୱାରୀ । ବୁଧବାର ଅପରାହ୍ନରେ ଭିଡିଓ କନଫରେସିଂ ଜରିଆରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ବାତ୍ୟାର ସଫଳ ମୁକାବିଲା ପାଇଁ ସମସ୍ତ ବିଡ଼ିଓ ଓ ତହସିଲଦାରଙ୍କୁ ସଜାଗ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି ।

ସମ୍ଭାବ୍ୟ ବାତ୍ୟା ,ବର୍ଷାକୁ ନେଇ ଜିଲ୍ଲାପାଳଙ୍କ ଜରୁରି ବୈଠକ

ଜିଲ୍ଲାର ସମସ୍ତ ବିଡ଼ିଓ ଓ ତହସିଲଦାରଙ୍କୁ ବ୍ଲକ ହେଡକ୍ୱାଟର ଛାଡି ନ ଯିବାକୁ କୁହାଯାଇଛି । ସମୁଦ୍ରକୁ ମାଛ ମାରିବାପାଇଁ ଯାଇଥିବା ସମସ୍ତ ଧୀବରଙ୍କୁ ଗୁରୁବାର ସନ୍ଧ୍ୟା ସୁଦ୍ଧା ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଜିଲ୍ଲାର ଚାଷୀ ମାନଙ୍କ ଅମଳ ଯୋଗ୍ୟ ଫସଲ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ କୃଷି ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲାର 45ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯିବା । ଦରକାର ପଡ଼ିଲେ ସ୍କୁଲ, ଅଙ୍ଗନବାଡ଼ି ଗୃହ, ଓ କଲ୍ୟାଣ ମଣ୍ଡପ ଗୁଡିକ ମଧ୍ୟ ବ୍ୟବହାର କରାଯିବ।

ପ୍ରତ୍ୟକ ଆଶ୍ରୟସ୍ଥଳରେ ପାନୀୟ ଜଳ, ବିଦ୍ୟୁତ, ଶୌଚାଳୟ, ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯିବ। ପୂର୍ତ୍ତ ଓ ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ ପକ୍ଷରୁ ଗଛକଟା ମେସିନ, ଜିସିବି, ଜେନେରେଟର, ଟ୍ରାକ୍ଟର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଚାଉଳ, ଚୁଡା, ଗୁଡ଼, କିରୋସିନ ଆଦି ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାକୁ କୁହାଯାଇଛି । ବାତ୍ୟା ପୂର୍ବରୁ ଗର୍ଭବତୀ ମହିଳା, ଶିଶୁ, ଦିବ୍ୟଙ୍ଗ, ବୃଦ୍ଧ ବ୍ୟକ୍ତିଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବାକୁ କୁହାଯାଇଛି । ଗର୍ଭବତୀ ମହିଳାମାନଙ୍କ ପାଇଁ ହେଲଥ କେୟାର ସେଣ୍ଟର ରଖାଯିବାକୁ କୁହାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.