ETV Bharat / state

ତିର୍ତ୍ତୋଲ ଉପନିର୍ବାଚନ ତାରିଖ ଘୋଷଣା, ଲାଗୁହେଲା ଆଦର୍ଶ ଆଚରଣ ବିଧି

author img

By

Published : Sep 29, 2020, 10:49 PM IST

ରଘୁନାଥପୁର, ବିରିଡି ଓ ତିର୍ତ୍ତୋଲ ବ୍ଲକରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ନଭେମ୍ବର 4 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ECI Announced by-poll date of tirtol constituency, code of conduct implement
ତିର୍ତ୍ତୋଲ ଉପନିର୍ବାଚନ ତାରିଖ ଘୋଷଣା, ଲାଗୁହେଲା ଆଦର୍ଶ ଆଚରଣ ବିଧି

ଜଗତସିଂହପୁର: ଜିଲ୍ଲାର ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ଫଳରେ ସୋମବାର ଠାରୁ ଜିଲ୍ଲାର ରଘୁନାଥପୁର, ବିରିଡି ଓ ତିର୍ତ୍ତୋଲ ବ୍ଲକରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ।

ଏହା ନଭେମ୍ବର 4 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରଘୁନାଥପୁର, ବିରିଡି ଓ ତିର୍ତ୍ତୋଲ ବ୍ଲକକୁ ନେଇ ଗଠିତ। ବିରିଡି ବ୍ଲକର 21 ଟି ପଞ୍ଚାୟତ, ରଘୁନାଥପୁରର 19 ଓ ତିର୍ତ୍ତୋଲ ବ୍ଳକର 29 ଟି ପଞ୍ଚାୟତରେ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟକୁ ବାତିଲ କରି ଦିଆଯାଇଛି। ତେବେ ପୂର୍ବରୁ କାର୍ଯ୍ୟାଦେଶ ପାଇଥିବା କାମ ଗୁତିକ ନିର୍ମାଣ ହୋଇ ପାରିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ କହିଛନ୍ତି।

ପୂର୍ବରୁ ବିଧାୟକ ଥିବା ବିଷ୍ଣୁ ଦାସ ଗତ ଜୁଲାଇ ମାସରେ ଦେହାନ୍ତ ହେବାପରେ ଏହି ଆସନଟି ଖାଲି ପଡିଥିଲା । ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.